ETV Bharat / bharat

ପାକିସ୍ତାନର ପୁଣି ଦୁଃସାହସ: F-16କୁ ଘଉଡାଇଲା ସୁଖୋଇ - f-16 fighter planes

ପାକିସ୍ତାନ ରବିବାର ବିଳମ୍ବ ରାତିରେ ପଞ୍ଜାବ ବର୍ଡରକୁ F-16 ଲଢୁଆ ବିମାନ ପଠାଇଥିଲା । ମାତ୍ର ଭାରତୀୟ ସେନା ଏହାକୁ ସୁଖେଇ ଏବଂ ମିରାଜର ସାହାଯ୍ୟରେ ଘଉଡାଇ ଦେଇଥିଲା ।

ପ୍ରତିକାତ୍ମକ ଫଟୋ
author img

By

Published : Apr 1, 2019, 9:35 PM IST

Updated : Apr 1, 2019, 11:58 PM IST

ନୂଆଦିଲ୍ଲୀ: ସୁଧୁରିବାର ନା ଧରୁନି ପଡୋଶୀ ପାକିସ୍ତାନ। ଏପରିକି ଥରକୁ ଥର ଦୁଃସାହସ କରୁଛି ପାକ । ଭାରତୀୟ ବାୟୁ ସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଯେମିତି ପାକିସ୍ତାନ ବାୟୁ ସେନାର ନିଦ ହଜିଯାଇଛି । ଭାରତରେ ପଶି ଏୟାର ଷ୍ଟ୍ରାଇକ କରିବାକୁ ଥରକୁ ଥର ଉଦ୍ୟମ କରୁଛି ପାକ ବାୟୁ ସେନା । ତେବେ ସଜାଗ ଭାରତୀୟ ବାୟୁ ସେନା ପାକର ସମସ୍ତ ଉଦ୍ୟମ ଏବଂ ଷଡଯନ୍ତ୍ରକୁପଣ୍ଡ କରୁଛି।

ଖବର ସରବରାହ ସଂସ୍ଥା ଏଏନଆଇରେ ସଦ୍ୟତମ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଭାରତୀୟ ବାୟୁ ସେନା ରବିବାର ବିଳମ୍ବିତ ରାତ୍ରରେ ପାକ ବାୟୁସେନାର ଏକ ବଡ ଯୋଜନାରେ ପାଣି ଭରିଦେଇଛି । ପଞ୍ଜାବ ଖେମକରନସୀମା ନିକଟରେ ଆଇଏଏଫର ରାଡାର ପାକିସ୍ତାନର କିଛି ୟୁଏଭି ଏବଂ 4ଟି ଏଫ୍-16କୁ ଡିଟେକ୍ଟ କରିଥିଲା । ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରିବାକୁ ପାକ ଲଢୁଆ ବିମାନ ଉଦ୍ୟମ କରିବା ସମୟରେ ଆଇଏଏଫର ଯୁଦ୍ଧ ବିମାନ ସୁଖୋଇ ଏବଂ ମିରାଜ ସେଗୁଡିକୁ ଘଉଡେଇ ଦେଇଥିଲେ ।

ସୂଚନା ଅନୁସାରେ, ରବିବାର ରାତି 3ଟାରେ ଭାରତର ରାଡାର ପାକିସ୍ତାନର ଚାରୋଟି F-16 ଲଢୁଆ ବିମାନ ଏବଂ UAVର ଗତିବିଧିକୁ ନୋଟିସକରିଥିଲା । ପାକିସ୍ତାନର ଏହି ଲଢୁଆବିମାନକୁ ପଞ୍ଜାବରେ ଖେମକରନବର୍ଡର ପାଖରେ ଦେଖିବାକୁ ମିଳିଥିଲା ।

ତେବେ ଏହାର କଡା ଜବାବ ଦେଇଛି ଭାରତ । ଭାରତୀୟ ସେନା ଏହାକୁ ସୁଖେଇ-30 ଏବଂ ମିରାଜ ଲଢୁଆ ବିମାନକୁ ପଠାଇ ଘଉଡାଇ ଦେଇଛି। ଭାରତର ଏଭଳି ପ୍ରତିକ୍ରିୟା ଦେଖି ପାକିସ୍ତାନି ଫାଇଟର ଜେଟ୍ ନିଜ ସୀମାକୁ ଫେରି ଯାଇଥିଲା ।

ରିପୋର୍ଟ ଅନୁସାରେ, ପାକାସ୍ତାନୀ ଲଢୁଆ ବିମାନ ଜେଟସ୍ ସର୍ଭିଲାନ୍ସ ଡ୍ରୋନ୍ସ ଭାରତୀୟ ସୀମାକୁ ଆସିଥିଲା । ଏହାର ଉଦ୍ଦେଶ୍ୟ ଭାରତର ସମ୍ବେଦନଶୀଳ ସ୍ଥାନ ସମ୍ପର୍କରେ ସୂଚନା ପ୍ରାପ୍ତ କରିବା ଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି ।

Intro:Body:Conclusion:
Last Updated : Apr 1, 2019, 11:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.