ETV Bharat / bharat

ମାଲଦ୍ବୀପ ସଂସଦରେ କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌, କଡା ଜବାବ ଦେଲା ଭାରତ - pakistan raises kashmir issue

ମାଳଦ୍ବୀପରେ ଆୟୋଜିତ ସଂସଦ ବାଚସ୍ପତିଙ୍କ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ମାଳଦ୍ବୀପ ମଧ୍ୟ ଏଥିରେ ଭାରତକୁ ସମର୍ଥନ କରିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 2, 2019, 1:14 AM IST

ମାଲେ : କଶ୍ମୀର ପ୍ରସଙ୍ଗକୁ ନେଇ ପୁଣିଥରେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଲଜ୍ଜିତ ହୋଇଛି ପାକିସ୍ତାନ । ମାଳଦ୍ବୀପରେ ଆୟୋଜିତ ସଂସଦ ବାଚସ୍ପତିଙ୍କ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ପାକ୍‌କୁ ଚେତାଇଛି ଭାରତ । ସେପଟେ ମାଳଦ୍ବୀପ ମଧ୍ୟ ଏଥିରେ ଭାରତକୁ ସମର୍ଥନ କରିଛି ।

ମାଲଦ୍ବୀପରେ ଆୟୋଜିତ ଚତୁର୍ଥ ଦକ୍ଷିଣ ଏସିଆ ବାଚସ୍ପତି ସମ୍ମିଳନୀରେ ରବିବାର ପାକିସ୍ତାନ ପ୍ରତିନିଧି କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ଏଥିରେ ଆପତ୍ତି ଦର୍ଶାଇ ଭାରତୀୟ ପ୍ରତିନିଧି ତାଙ୍କୁ କଡା ଜବାବ ଦେଇଛନ୍ତି । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିରେ ଅନ୍ୟ କାହାକୁ କହିବାର ଅଧିକାର ନାହିଁ ବୋଲି କହିଛନ୍ତି ରାଜ୍ୟସଭାର ଉପ ସଭାପତି ହରିବଂଶ ପ୍ରସାଦ ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହା ସହିତ ସେ ପାକିସ୍ତାନକୁ ଆଇନା ଦେଖାଇ କହିଛନ୍ତି, ଯେଉଁ ଦେଶ ନିଜର ହିଁ ଲୋକଙ୍କର ନରସଂହାର କରୁଛି ତାକୁ ମାନବାଧିକାର ଉପରେ କହିବାର ନୈତିକତା ଅଧିକାର ନାହିଁ । ପାକିସ୍ତାନକୁ ସୀମାପାର ଆତଙ୍କବାଦ ଉପରେ କଟକଣା ଲଗାଇବା ଉଚିତ ବୋଲି ସେ କହିଛନ୍ତି ।

ସେପଟେ କାଶ୍ମୀର ପ୍ରସଙ୍ଗରେ ମାଲଦ୍ବୀପ ମଧ୍ୟ ଭାରତକୁ ସମର୍ଥନ ଜଣାଇଛି । ଏହି ସମ୍ମିଳନୀରେ କୌଣସି ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଯାଇ ପାରିବ ନାହିଁ ବୋଲି ମାଳଦ୍ବୀପ ସଂସଦର ବାଚସ୍ପତି ମୋହମ୍ମଦ ନାଶୀଦ କହିଛନ୍ତି । ଏହା ସହିତ କାଶ୍ମୀର ଉପରେ ଦିଆଯାଇଥିବା ସମସ୍ତ ବୟାନକୁ ରେକର୍ଡରୁ ହଟାଇ ଦିଆଯିବ ବୋଲି ସେ ଭାରତକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମାଳଦ୍ବୀପରେ ଆୟୋଜିତ ଚତୁର୍ଥ ଦକ୍ଷିଣ ଏସିଆ ବାଚସ୍ପତି ସମ୍ମିଳନୀରେ ଭାରତ ପକ୍ଷରୁ ରାଜ୍ୟସଭା ଉପ ସଭାପତି ହରିବଂଶ ପ୍ରସାଦ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଭାଗ ନେଇଛନ୍ତି । ଭାରତ ଏବଂ ପାକିସ୍ତାନ ବ୍ୟତୀତ ଏହି ସମ୍ମିଳନୀରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ବୀପ, ମିଆଁମାର, ନେପାଳ ଓ ଶ୍ରୀଲଙ୍କା ସଂସଦର ବାଚସ୍ପତି/ଉପ ବାଚସ୍ପତି ଯୋଗ ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.