ETV Bharat / bharat

ଗିରଫ ଆତଙ୍କବାଦୀଙ୍କ ଭିଡିଓ ଜାରିକଲା ସେନା - ଭାରତୀୟ ସେନା

ଜାମ୍ମୁକାଶ୍ମୀରରୁ ଲସ୍କର-ଏ-ତୋଏବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି ଭାରତୀୟ ସେନା। ଚିନାର ସେନା କମାଣ୍ଡର ଲେପ୍ଟନାଣ୍ଡ ଜେନେରାଲ କେଜିଏସ୍ ଧିଲୋନ ଏବଂ ଜାମ୍ମୁକାଶ୍ମୀର ପୁଲିସ ଏଡିଜି ମୁନୀର ଖାନ ବୁଧବାର ଗଣମାଧ୍ୟମକୁ ଜଣାଇଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 4, 2019, 6:17 PM IST

କଶ୍ମୀର: ଭାରତୀୟ ସେନାକୁ ସଫଳତା। ଲସ୍କର-ଏ-ତୋଏବାର 2 ଜଣ ଆତଙ୍କବାଦୀକୁ ସୀମାରୁ ଗିରଫ କରିଛି ସେନା । ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ କେଜିଏସ ଧିଲୋନ ଏବଂ ଜମ୍ମୁକଶ୍ମୀର ପୁଲିସ ଏଡିଜି ମୁନୀର ଖାନ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ଏ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା 2 ଆତଙ୍କବାଦୀଙ୍କ ଭିଡିଓ ଜାରି କରାଯାଇଛି। ସେମାନଙ୍କୁ ଅଗଷ୍ଟ 21ରେ ଗିରଫ କରାଯାଇଥିଲା । ଲେଫ୍ଟନେଣ୍ଟ ଜେନେରାଲ କହିଛନ୍ତି ଯେ, ପାକିସ୍ତାନ କାଶ୍ମୀର ଘାଟିରେ ହିଂସାକାଣ୍ଡ ଏବଂ ଅଶାନ୍ତି ସୃଷ୍ଟି କରିବାକୁ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ପଠେଇବାକୁ ପ୍ରୟାସ ଚଳାଇଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏଥିପାଇଁ ପାକିସ୍ତାନୀ ସେନା ଆତଙ୍କବାଦୀକୁ ସହଯୋଗ କରୁଛି । ଜାରି ହୋଇଥିବା ଭିଡିଓରେ ଉଭୟ ପାକିସ୍ତାନର ହୋଇଥିବା ବେଳେ ସେମାନେ ଲସ୍କର-ଏ-ତୋଏବା ସଙ୍ଗଠନ ପାଇଁ କାମ କରୁଥିବା ସ୍ବୀକାର କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.