ETV Bharat / bharat

ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଯୋଜନା କରୁଛି ପାକିସ୍ତାନ

author img

By

Published : Sep 7, 2020, 5:53 PM IST

ଥମିବାର ନାଁ ଧରୁନି ଭାରତ ଚୀନ୍ ସୀମା ବିବାଦ ମାମଲା । ତେବେ ଭାରତ-ଚୀନ୍ ସୀମା ବିବାଦ ବେଳେ ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଯୋଜନା କରୁଛି ପାକିସ୍ତାନ । ଅଧିକ ପଢନ୍ତୁ...

ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଯୋଜନା କରୁଛି ପାକିସ୍ତାନ
ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଯୋଜନା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ଭାରତ ଚୀନ୍ ସୀମା ବିବାଦ ମାମଲା । ତେବେ ଭାରତ-ଚୀନ୍ ସୀମା ବିବାଦ ବେଳେ ଜମ୍ମୁ ଓ କଶ୍ମୀରରେ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଯୋଜନା କରୁଛି ପାକିସ୍ତାନ । ସମ୍ପ୍ରତି ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କେତେକ ଲଞ୍ଚ୍‌ ପ୍ୟାଡ୍‌ରେ ପ୍ରାୟ ୪୦୦ ଆତଙ୍କବାଦୀ ଏକତ୍ରିତ ହୋଇଛନ୍ତି। ଏବଂ ସେମାନଙ୍କୁ ନିୟନ୍ତ୍ରଣ ରେଖା ପାର କରାଇବାରେ ପାକିସ୍ତାନ ସେନାର ‘ଏସ୍‌ଏସ୍‌ଜି’କୁ ଦାୟିତ୍ବ ଦିଆଯାଇଛି ବୋଲି ଗୁଇନ୍ଦ‌ା ରିପୋର୍ଟରୁ ସୂଚନା ମିଳିଛି।

ଏହି ଆତଙ୍କବାଦୀମାନଙ୍କୁ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିବା ପାଇଁ ପାକିସ୍ତାନ ସେନା ଲଗାତାର ନିୟନ୍ତ୍ରଣ ରେଖା ଉପରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏହାଛଡ଼ା ଭାରତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ପାକିସ୍ତାନୀ ସେନା ମଧ୍ୟ ‘ବର୍ଡର୍‌ ଆକ୍ସନ୍ ଟିମ୍’କୁ ସକ୍ରିୟ କରିଛି। ତେଣୁ ନିୟନ୍ତ୍ରଣ ରେଖା ପାଶ୍ବବର୍ତ୍ତୀ ଅନେକ ଅଞ୍ଚଳରେ ଏହି ‘ବର୍ଡର୍‌ ଆକ୍ସନ୍ ଟିମ୍’ଙ୍କୁ ଦେଖିବାକୁ ମିଳିଛି।

ଗୁଇନ୍ଦା ରିପୋର୍ଟ ଅନୁସାରେ, ଗୁରେଜ୍, ମଛଲ, କେରାନ ସେକ୍ଟର୍, ଟଙ୍ଗଧର ସେକ୍ଟର, ନୂଆଗାଁ ସେକ୍ଟର୍, ଉରି, ପୁଞ୍ଚ୍‌, ବିମ୍ଭାର ଗଳି, କୃଷ୍ଣା ଉପତ୍ୟକା ନିକଟବର୍ତ୍ତୀ ଲଞ୍ଚିଙ୍ଗ୍‌ ପ୍ୟାଡ୍‌, ନୌସେରା, ଅଖନୂର ଏବଂ ଦ୍ରାସ୍‌ ସେକ୍ଟରରେ ବିପୁଳ ସଂଖ୍ୟକ ଆତଙ୍କବାଦୀଙ୍କୁ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଛି । ସୁରକ୍ଷା ଏଜେନ୍ସି ଅନୁଯାୟୀ, ପାକିସ୍ତାନୀ ସେନା ଭାରତ ଓ ଚୀନ୍ ସୀମା ବିବାଦର ସୁଯୋଗ ନେବାକୁ ଉଦ୍ୟମ ଚଳାଇଛି। କିନ୍ତୁ, ଭାରତୀୟ ସେନା ମଧ୍ୟ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସତର୍କ ରହିଛି। ତେଣୁ, ନିୟନ୍ତ୍ରଣ ରେଖା ଟପିବାକୁ ଆତଙ୍କବାଦୀ ମାନେ ଅନ୍ୟ ବାଟ ଖୋଜୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.