ETV Bharat / bharat

ଆକାଶ ପଥରୁ ବ୍ୟାନ ହଟାଇଲା ପାକ୍, ବାଲାକୋଟ ଆକ୍ରମଣ ପରଠୁ ଥିଲା ବନ୍ଦ - flights Closed After Balakot Air Strikes

ବାଲାକୋଟ ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ତାର ବାୟୁସୀମାକୁ ବନ୍ଦ କରିଦେଇଥିଲା । ଫଳରେ ପାକିସ୍ତାନ ବାୟୁସୀମା ଦେଇ ବିମାନ ଯିବା ଆସିବା କରିବା ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା । ତେବେ ଆଜିଠାରୁ ଜାରି କରିଥିବା ବ୍ୟାନକୁ ହଟାଇଛି ପାକିସ୍ତାନ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 16, 2019, 12:02 PM IST

ଇସଲାମାବାଦ: ବାଲାକୋଟ ଆକ୍ରମଣ ପରେ ବାୟୁସୀମାରୁ ବ୍ୟାନକୁ ହଟାଇଛି ପାକିସ୍ତାନ । ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଭାରତୀୟ ବାୟୁସୀମା ସହିତ ଲାଗିଥିବା ସୀମା ଉପରେ ବ୍ୟାନ ଲଗାଇଥିବା ପାକିସ୍ତାନ । ଫଳରେ ବିମାନ ଗୁଡ଼ିକ ଯିବାଆସିବା କରିବା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ତେବେ ଏହି ବ୍ୟାନ ହଟାଇବା ପରେ ଏଣିକି ବିମାନ ଚଳାଚଳରେ ସ୍ବାଭାବିକ ହେବ ।

ସୂଚନା ଥାଉକି ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଶିବିର ଉପରେ ଏୟାରଷ୍ଟ୍ରାଇକ କରି ଧ୍ବଂସ କରିଦେଇଥିଲା । ଯାହାପରେ ପାକିସ୍ତାନ ଚଳିତ ବର୍ଷ ଫେବୃଆରୀ 26 ରେ ଭାରତକୁ ଲାଗିଥିବା ନିଜର ଆକାଶପଥକୁ ବନ୍ଦ ରଖିଥିଲା ।

ଫେବୃଆରୀ 14ରେ ଜମ୍ମୁ-କାଶ୍ମୀର ପୁଲୱାମାଠାରେ ଭାରତୀୟ ଯବାନଙ୍କ ଉପରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 40ରୁ ଊର୍ଦ୍ଧ୍ବ ଯବାନ ଶହୀଦ ହୋଇଥିଲେ । ଏହାର ପ୍ରତିଶୋଧରେ ଭାରତୀୟ ବାୟୁସେନା ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ କରି ଆତଙ୍କବାଦୀଙ୍କ ଶିବିରକୁ ଧ୍ବଂସ କରିଥିଲେ ।

Intro:Body:

sg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.