ନୂଆଦିଲ୍ଲୀ: ପୁଲଓ୍ବାମା ଆକ୍ରମଣକୁ ନେଇ ଭାରତ ପାକିସ୍ତାନକୁ କଡା ଚେତାବନୀ ଦେଇଛି । ଭାରତ କଡା ଭାଷାରେ କହିଛି ଆତଙ୍କବାଦୀକୁ ସମର୍ଥନ କରିବା ବନ୍ଦ କର । ଯେଉଁ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଛ ବ୍ୟାନ କର । ନହେଲେ ଆଗାମୀ ଦିନରେ ଭୟାନକ ସ୍ଥିତି ହେବ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ପୁଲଓ୍ବାମା ଆକ୍ରମଣ ପଛରେ ମାସୁଦ ଅଜହର ରହିଛି । ପାକିସ୍ତାନର ଏହା ପଛରେ ସମର୍ଥନ ରହିଛି ।
ଜବାବରେ ପାକିସ୍ତାନ କହିଛି 'ଭାରତ ଯେଉଁ କଶ୍ମୀରକୁ ଅକ୍ତିଆର କରି ରଖିଛି, ସେଠାରେ ଆକ୍ରମଣ ହେବା ଚିନ୍ତାର ବିଷୟ' ତେବେ ସୀମାରେ ଯେଉଁ ଆକ୍ରମଣ ହେଉଛି ତାକୁ ଦୃଢ ନିନ୍ଦା କରିଛି । ବିନା ତଦନ୍ତରେ ପାକିସ୍ତାନକୁ ଆକ୍ରମଣରେ ଯୋଡିବା ଠିକ୍ ନୁହଁ ବୋଲି କହି ବାଆଁରେଇଛି ପାକିସ୍ତାନ ।
ସୂଚନା ଅନୁଯାୟୀ ପୁଲଓ୍ବାମାରେ ସିଆରପିଏଫ ସେନା ଭର୍ତ୍ତି ଗାଡି ଯାଉଥିବା ବେଳେ ଏକ ଆରଡିଏକ୍ସ ବୋଝେଇ ସ୍କୋର୍ପିଓ ଆସି ବାଡେଇ ହୋଇଥିଲା । ଯେଉଁଥିରେ ଅନେକ ଯବାନ ସହିଦ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା 45 ଛୁଇଁଥିବା ସୂଚନା ରହିଛି । ସ୍ବାଧୀନତା ପରେ ସୀମାରେ ଏତେ ବଡ ଆତଙ୍କବାଦୀ ଆକ୍ରମଣ ପ୍ରଥମ ବୋଲି ସୂଚନା ରହିଛି ।