ETV Bharat / bharat

ଶାନ୍ତି ଚାହୁଁଛି ପାକିସ୍ତାନ !

ନିଜ ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ ଭାରତ ଆଗରେ ଶାନ୍ତିର ଭିକ୍ଷା କରିଛି ପାକ୍‌ । ତେବେ ଏହାର ପ୍ରାରମ୍ଭ  ନିୟନ୍ତ୍ରଣ ରେଖାରୁ କରିଛି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପାକିସ୍ତାନ ସରକାର  ଭାରକୁ ପ୍ରସ୍ତାବ ଦେଇଥିବା ଜଣା ପଡିଛି ।

author img

By

Published : May 11, 2019, 10:45 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଶେଷରେ ପାକିସ୍ତାନକୁ ଚେତା ପଶିଛି । ଆର୍ଥିକ ରୂପରେ ଧୀରେ ଧୀରେ ଦୁର୍ବଳ ହେଉଥିବା ପାକିସ୍ତାନ ଏବେ ଭାରତ ସହ ନିଜ ସମ୍ପର୍କ ସୁଧାରିବାକୁ ଚାହୁଁଛି । ନିଜ ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ ଭାରତ ଆଗରେ ଶାନ୍ତିର ଭିକ୍ଷା କରିଛି ପାକ୍‌ । ତେବେ ଏହାର ଆରମ୍ଭ ନିୟନ୍ତ୍ରଣ ରେଖାରୁ କରିଛି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପାକିସ୍ତାନ ସରକାର ଭାରକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି ।

ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ଅପସାରଣ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି । ଏହାଛଡା ଦୁଇପଟୁ ଚାଲିଥିବା ଗୋଳାବର୍ଷଣ ମଧ୍ୟ ବନ୍ଦ କରିବାକୁ ପାକିସ୍ତାନ ନିବେଦନ କରିଛି । ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ପାଇଁ ରଖାଯାଇଥିବା ସଂସ୍ଥାଗତ ସୈନ୍ୟ ଜରିଆରେ ପାକ୍ ସେନା ଭାରତକୁ ଏହି ପ୍ରସ୍ତାବ ଦେଇଛି । ସୀମାରେ ଉତ୍ତେଜନା କମ୍‌ କରିବେକୁ ଆମେ ପ୍ରସ୍ତୁତ ଅଛୁ ବୋଲି ପାକିସ୍ତାନ ଏହି ପ୍ରସ୍ତାବରେ କହିଛି ।

ସୂଚନା ଯୋଗ୍ୟ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ବିବାଦ କାରଣରୁ ଅନ୍ୟ ଦେଶ ଗୁଡିକ ପାକିସ୍ତାନର ସହାୟତା ପାଇଁ ମନ ବଳାଉନାହାନ୍ତି । ଫଳରେ ପାକିସ୍ତାନକୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡୁଛି । ତେବେ ନିଜ ଦେଶକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବାକୁ ପାକିସ୍ତାନ ଏଭଳି ନିଷ୍ପତି ନେଇଛି ।

Intro:Body:

breaking

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.