ETV Bharat / bharat

ବିବାଦରେ ମଧ୍ୟପ୍ରଦେଶ ଦଶମ ବୋର୍ଡ ପରୀକ୍ଷା ପ୍ରଶ୍ନ, ପିଓକେକୁ ଲେଖାଯାଇଛି ଆଜାଦ କାଶ୍ମୀର - Madhya Pradesh state board exam

ମଧ୍ୟ ପ୍ରଦେଶ ବୋର୍ଡ ପରୀକ୍ଷାରେ ପଚାରାଯାଇଥିବା ଗୋଟିଏ ପ୍ରଶ୍ନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ପ୍ରଶ୍ନର ବିକଳ୍ପଗୁଡିକ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ଆଜାଦ କାଶ୍ମୀର ଲେଖାଯାଇଛି । ଅଧିକ ପଢନ୍ତୁ...

ବିବାଦରେ ମଧ୍ୟ ପ୍ରଦେଶ ଦଶମ ବୋର୍ଡ ପରୀକ୍ଷା ପ୍ରଶ୍ନ, ପିଓକେକୁ ଲେଖାଯାଇଛି ଆଜାଦ କାଶ୍ମୀର

author img

By

Published : Mar 7, 2020, 10:53 PM IST

ଭୋପାଳ: ଦେଶର ଭୌଗଳିକ ସ୍ଥିତି ଓ ଇତିହାସ ସମ୍ପର୍କରେ ଜ୍ଞାନଆହରଣ ପାଇଁ ସ୍କୁଲରେ ସାମାଜିକ ବିଜ୍ଞାନ ବିଷୟ ପଢାଯାଏ । ହେଲେ ଛାତ୍ରଛାତ୍ରୀଙ୍କୁ ସଠିକ ଜ୍ଞାନ ବଦଳରେ ଯଦି ଭୁଲ ତଥ୍ୟ ପଢାଯାଇ ସେମାନଙ୍କ ମନରେ ଭ୍ରମ ସୃଷ୍ଟି କରାଯାଏ, ତେବେ ଶିକ୍ଷା ବିଭାଗ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ । ମଧ୍ୟପ୍ରଦେଶ ବୋର୍ଡ ପରୀକ୍ଷାରେ ପଚାରାଯାଇଥିବା ଗୋଟିଏ ପ୍ରଶ୍ନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଯାଇଛି । ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପେପରରେ ପଚରାଯାଇଥିବା ପ୍ରଶ୍ନର ବିକଳ୍ପଗୁଡିକ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ଆଜାଦ କାଶ୍ମୀର ଲେଖାଯାଇଛି । ଶନିବାର ଦିନ ଅନୁଷ୍ଠତ ଦଶମ ସାମାଜିକ ଜ୍ଞାନ ପରୀକ୍ଷାର ପ୍ରଶ୍ନରେ ପଚରାଯାଇଛି ।

ବିବାଦରେ ମଧ୍ୟ ପ୍ରଦେଶ ଦଶମ ବୋର୍ଡ ପରୀକ୍ଷା ପ୍ରଶ୍ନ, ପିଓକେକୁ ଲେଖାଯାଇଛି ଆଜାଦ କାଶ୍ମୀର
ବିବାଦରେ ମଧ୍ୟ ପ୍ରଦେଶ ଦଶମ ବୋର୍ଡ ପରୀକ୍ଷା ପ୍ରଶ୍ନ, ପିଓକେକୁ ଲେଖାଯାଇଛି ଆଜାଦ କାଶ୍ମୀର

ପଚରାଯାଇଥିବା ପ୍ରଶ୍ନରେ ଛାତ୍ରଛାତ୍ରୀଙ୍କୁ ସଠିକ ଯୋଡି ମିଳାଇବା ପାଇଁ କୁହାଯାଇଥିଲା । ଗୋଟିଏ ସ୍ତମ୍ଭରେ ବାହାଦୁର ଶାହ ଜଫର, କଂଗ୍ରେସର ବିଭାଜନ, ଭାରତ-ପାକିସ୍ତାନ ଯୁଦ୍ଧ, କୋପରା ଓ ହଲମାର୍କ ଥିଲା । ଅନ୍ୟପକ୍ଷେ ଦ୍ବିତୀୟ ସ୍ତମ୍ଭରେ ସୁରଟ, ଉପଭୋକ୍ତା ସୁରକ୍ଷା ଅଧିନିୟମ, ସ୍ବର୍ଣ୍ଣ ଅଲଙ୍କାର, ଦିଲ୍ଲୀ ଓ ଆଜାଦ କାଶ୍ମୀର ଲେଖାଯାଇଥିଲା ।

ମଧ୍ୟପ୍ରଦେଶରେ 2020ର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା 27 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବାଦଶ ପରୀକ୍ଷା ମାର୍ଚ୍ଚ 31 ଯାଏଁ ହେବ । କିଛିଦିନ ପୂର୍ବରୁ ମଣିପୁରର ଦ୍ବାଦଶ ପରୀକ୍ଷାରେ ମଧ୍ୟ ଏହିପରି ଏକ ବିବାଦିତ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନଥିଲା ଭାରତୀୟ ଜନାତା ପାର୍ଟିର ନିର୍ବାଚନୀ ଚିହ୍ନ କଣ? ସେହିପରି ଭାରତର ନିର୍ମାଣରେ ଜବାହରଲାଲ ନେହେରୁଙ୍କ 4ଟି ନକାରାତ୍ମକ ଦୃଷ୍ଟିକୋଣ ଲେଖିବାକୁ ଆଉ ଏକ ବିବାଦିତ ପ୍ରଶ୍ନରେ ପଚରାଯାଇଥିଲା ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.