ETV Bharat / bharat

‘ଭାରତ ବ୍ୟାପାରରେ ପାକିସ୍ତାନ ହସ୍ତକ୍ଷେପ ନକରୁ’

author img

By

Published : Aug 9, 2019, 8:04 PM IST

ପାକିସ୍ତାନ ବାସ୍ତବତାକୁ ଗ୍ରହଣ କରୁ ଏବଂ ଅନ୍ୟର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇବା ବନ୍ଦ କରୁ ବୋଲି କହିଲେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ।

ଫଟୋ ସୌଜନ୍ୟ : ଟ୍ବିଟର@ANI

ନୂଆଦିଲ୍ଲୀ: ସମୟ ଆସିଯାଇଛି । ପାକିସ୍ତାନ ବାସ୍ତବତାକୁ ଗ୍ରହଣ କରୁ ଏବଂ ଅନ୍ୟର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇବା ବନ୍ଦ କରୁ । ଆଜି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ ଏପରି କଡା ଶବ୍ଦରେ ଚେତାବନୀ ଦିଆଯାଇଛି । ଧାରା 370 ହଟିବା ପରେ ପାକିସ୍ତାନ ଭାରତ ସହିତ ଦ୍ବିପାକ୍ଷୀକ ବ୍ୟବସାୟିକ ସମ୍ପର୍କ ତୁଟାଇବା ଏବଂ ଟ୍ରେନ ସେବା ବନ୍ଦ କରିବା ନେଇ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

କେନ୍ଦ୍ର ସରକାର ନିକଟରେ ଧାରା 370 ହଟାଇବା ସହିତ ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲକୁ ସଂସଦର ଉଭୟ ଗୃହରେ ପାରିତ କରିଛନ୍ତି । ଏବେ ଜମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ । ଗୋଟିଏ ହେଲା ଜମ୍ମୁ କାଶ୍ମୀର ଏବଂ ଅନ୍ୟଟି ଲଦାଖ । ତେବେ ଏହି ପଦକ୍ଷେପ ପରେ ପାକିସ୍ତାନ ଛାତିରେ ଛନକା ପସିଛି । ପାକିସ୍ତାନ ହତାଶ ଏବଂ ହତୋତ୍ସାହିତ ହୋଇପଡିଛି । ଏହା ସହିତ ପାକିସ୍ତାନ ଘାଟିରେ ଆଉ ଅଶାନ୍ତି ବାତାବରଣ ସୃଷ୍ଟି କରିପାରିବ ନାହିଁ ବୋଲି ରବିଶ କୁମାର କହିଛନ୍ତି ।

ସେ ପୁଣି କହିଛନ୍ତି, ଦେଶର ସୁରକ୍ଷା ଏବଂ ଜମ୍ମୁ କାଶ୍ମୀରବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ମାମଲାରେ ଭାରତ ଅନ୍ୟ କାହାର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ । ତେଣୁ ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରୁ ।

ତେବେ ଧାରା 370 ହଟିବା ପରେ ପାକିସ୍ତାନ ଯେଉଁ ପଦକ୍ଷେପ ଗ୍ରହଣ କରୁଛି ଏହା ଦୁଇ ଦେଶର ସମ୍ପର୍କରେ ପ୍ରଭାବ ପକାଇବା । ଭାରତ ଏ ନେଇ ପାକିସ୍ତାନକୁ ପୁଃନବିଚାର ପାଇଁ ପ୍ରସ୍ତାବ ଦେଉଛି । ଏହା ସହିତ ପାକିସ୍ତାନ ଇସଲାମବାଦ ସ୍ଥିତ ଭାରତୀୟ ହାଇକମିଶନରଙ୍କୁ ବରଖାସ୍ତ କରିବା ନେଇ ରବିଶ କୁମାର କହିଛନ୍ତି, ଏହା ଦୁଇ ଦେଶର କୁଟନୈତିକ ସମ୍ପର୍କରେ ପାଚିରି ଠିଆ କରିବ । ଏହା ସହିତ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.