ETV Bharat / bharat

ପାକ୍ ମନ୍ତ୍ରୀଙ୍କ ବାଚାଳାମି, ସମ୍ବିତ ସେୟାର କଲେ ଭିଡିଓ

author img

By

Published : Sep 3, 2019, 11:01 AM IST

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିକଟରେ ଟ୍ବିଟରରେ ସେୟାର କରିଛନ୍ତି ଗୋଟିଏ ମଜାଦାର ଭିଡିଓ । ଯେଉଁଥିରେ ପାକ୍‌ ମନ୍ତ୍ରୀ ଶେଖ୍‌ ରସିଦ୍‌ ପାକିସ୍ତାନ ପାଖରେ ଆଟମିକ୍‌ ୱାର ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ପାକିସ୍ତାନ ପ୍ରତି ବିପଦ ସୃଷ୍ଟି ହେଲେ , ପାକିସ୍ତାନ ପାଖରେ ଥିବା ସ୍ମାର୍ଟ ଆଟମିକ୍‌ ବମ୍‌ ପ୍ରୟୋଗ କରାଯିବ ବୋଲି କହିଛନ୍ତି ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିଜ ଟ୍ବିଟର ପେଜ୍‌ରେ ଏକ ଭିଡିଓ ଅପଲୋଡ କରିଛନ୍ତି । ଭିଡିଓରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ୍‌ ରସିଦ୍‌ଙ୍କ ବାଚାଳାମି ଓ ପ୍ରଗଳ୍‌ଭତା ପୁଣି ଥରେ ଦେଖାଯାଇଛି । ଭିଡିଓଟିରେ ସେ ଭାରତକୁ ଧମକ ଦେବା ସହ ପାକିସ୍ତାନ ପାଖରେ ପରମାଣୁ ଯୁଦ୍ଧର ଅନ୍ୟ କିଛି ବିକଳ୍ପ ନଥିବା କଥା କହିଛନ୍ତି । ‘ସ୍ମାର୍ଟ ଆଟମିକ ବମ୍‌’ ଓ ‘ଟାର୍ଗେଟେଡ୍‌ ବମ’ର ଧମକ ସେ ଭାରତକୁ ଦେଇଛନ୍ତି । ଆଉ ଏହି ଆଇଡିଆ ସେ ଗୋଟିଏ ଫିଲ୍ମରୁ ପାଇଛନ୍ତି ।

ଭିଡିଓ ସୌଜନ୍ୟ: ଟ୍ବିଟର@@sambitswaraj

ସମ୍ବିତ ପାତ୍ର ଅପଲୋଡ କରିଥିବା ଏହି ଭିଡିଓଟି ଶେଖ ରସିଦ କୌଣସି ଏକ ପାକିସ୍ତାନୀ ଟିଭି ଚ୍ୟାନେଲକୁ ଦେଉଥିବା ଇଣ୍ଟରଭ୍ୟୁର ଏକ ଅଂଶ । ଯେଉଁଥିଲେ ଶେଖ୍‌ ରସିଦ ଦୃଢ଼ୋକ୍ତି ବାଢ଼ିଛନ୍ତି କି, ପାକିସ୍ତାନ ପାଖରେ ଆଟମିକ୍‌ ୱାର ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ପ୍ରତି ବିପଦ ସୃଷ୍ଟି ହେଲେ , ପାକିସ୍ତାନ ପାଖରେ ଥିବା ସ୍ମାର୍ଟ ଆଟମିକ୍‌ ବମ୍‌ ପ୍ରୟୋଗ କରାଯିବ । ଯାହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ କରି ହିଟ୍‌ କରିବା କ୍ଷମତା ରଖିଥାଏ । ଭାରତରେ ମୁସଲମାନ ବହୁଳ ଅଞ୍ଚଳକୁ ଟାର୍ଗେଟ ନକରି ଅନ୍ୟ ଅଞ୍ଚଳକୁ ନଷ୍ଟ କରିବା ଭଳି ଲକ୍ଷ୍ୟ ପାକିସ୍ତାନ ରଖିଥିବା କଥା ସେ କହିଛନ୍ତି । ଏହାସହ ସବୁବେଳେ ବିବାଦରେ ରହିବାକୁ ଭଲ ପାଉଥିବା ଓ ଔଦ୍ଧତ୍ୟପୂର୍ଣ୍ଣ ବୟାନ ଦେଉଥିବା ଶେଖ ରସିଦ କହିଛନ୍ତି ଏ ସମସ୍ତ ଚିନ୍ତା ଓ ଧାରଣା ଫିଲ୍ମ ଦେଖି ତାଙ୍କ ମୁଣ୍ଡକୁ ଆସିଥିବା କହୁଛନ୍ତି ।

pakistan-minister-sheikh-rashid
ଫଟୋ ସୌଜନ୍ୟ: ଟ୍ବିଟର@@sambitswaraj

ସୂଚନା ଯୋଗ୍ୟ ଯେ ଲଣ୍ଡନରେ ଅଣ୍ଡା ମାଡ଼ ଖାଇସାରିଥିବା ଏହି ପାକିସ୍ତାନୀ ମନ୍ତ୍ରୀ କିଛି ଦିନ ତଳେ ମୋଦିଙ୍କ ନାଁ ନେଉନେଉ ତାଙ୍କୁ କରେଣ୍ଟ ଲାଗିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.