ETV Bharat / bharat

ପୁଣି ପାକର ବଦମାସୀ, କଡା ଜବାବ ଦେଲା ସେନା

author img

By

Published : Nov 12, 2020, 11:33 AM IST

ପୁଞ୍ଚର ନିୟନ୍ତ୍ରଣ ସୀମାରେଖା ଠାରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଅଧିକ ପଢନ୍ତୁ...

ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ, ଭାରତୀୟ ସେନାର କଡା ଜବାବ

ଶ୍ରୀନଗର: ନିଜ ହରକତରୁ ବାଦ୍ ପଡୁନି ପାକିସ୍ତାନ । ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଚାଲିଛି । ଗୁରୁବାର ସକାଳେ ପୁଞ୍ଚର ଶାହପୁର, କିର୍ନି, ରଜୌରୀ ସେକ୍ଟର ନିକଟରେ ଗୁଳି ଚାଳନା କରି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ପାକ୍ ସେନା ପୁଞ୍ଚର ନିୟନ୍ତ୍ରଣ ସୀମାରେଖା ନିକଟରେ ମୋର୍ଟାର ଓ ଗୁଳିଗୋଳା ବର୍ଷଣ କରିଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବା ନେଇ ସୂଚନା ମିଳିନାହିଁ ।

ଗତ ବୁଧବାର ଦିନ ମଧ୍ୟ ପାକ ସେନା ପକ୍ଷରୁ ପୁଞ୍ଚର କିର୍ନି, ଶାହାପୁର ଓ କସବା ସେକ୍ଟର ଠାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.