ETV Bharat / bharat

ବାଲାକୋଟ ଏୟାରଷ୍ଟ୍ରାଇକରେ ପାକିସ୍ତାନ ଭୋଗିଛି ‘ନୋ ଡ୍ୟାମେଜ’

ବାଲାକୋଟ ଏୟାରଷ୍ଟ୍ରାଇକର କ୍ଷୟକ୍ଷତିକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ତେବେ ସୋମବାର ଏନେଇ ମୁହଁ ଖୋଲିଛନ୍ତି ପାକିସ୍ତାନ ସେନାଧିକାରୀ । ତାଙ୍କ କହିବା ଅନୁଯାୟୀ ଏୟାରଷ୍ଟ୍ରାଇକରେ ପାକିସ୍ତାନର ‘ନୋ ଡ୍ୟାମେଜ’ ରେକର୍ଡ ହୋଇଛି ।

ଫାଇଲ ଫଟୋ
author img

By

Published : Apr 30, 2019, 12:46 AM IST

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକର କ୍ଷୟକ୍ଷତିକୁ ନେଇ ଦୀର୍ଘ ଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ଭାରତୀୟ ବାୟୁସେନା ଏଥିରେ ପାକିସ୍ତାନର ବିପୁଳ କ୍ଷତି ହୋଇଥିବା ଦର୍ଶୀଇଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ବିରୋଧ କରିଆସିଛି । ତେବେ ସୋମବାର ଏନେଇ ମୁହଁ ଖୋଲିଛନ୍ତି ପାକିସ୍ତାନ ସେନାଧିକାରୀ । ତାଙ୍କ କହିବା ଅନୁଯାୟୀ ଏୟାରଷ୍ଟ୍ରାଇକରେ ପାକିସ୍ତାନର ‘ନୋ ଡ୍ୟାମେଜ’ ରେକର୍ଡ ହୋଇଛି ।

ଭାରତର ଏୟାରଷ୍ଟ୍ରାଇକକୁ ନେଇ ଜବାବ ଦେଇଛନ୍ତି ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଅସିଫ ଗଫୁର । ତାଙ୍କ କହିବା ଅନୁଯାୟୀ କ୍ଷୟକ୍ଷତି କେତେ ହୋଇଛି ତାହା ଭାରତୀୟ ସାମ୍ବାଦିକମାନେ ଆସି ନିଜେ ପରଖି ପାରିବେ । ଏହାପରେ ସ୍ପଷ୍ଟ ହୋଇଯିବ କି ବାଲାକୋଟ ଏୟାରଷ୍ଟ୍ରାଇକରେ ପାକିସ୍ତାନର ‘ନୋ ଡ୍ୟାମେଜ’ ରହିଛି । ଏହାପରେ କ୍ଷୟକ୍ଷତିକୁ ନେଇ ଭାରତୀୟ ବାୟୁସେନା କହୁଥିବା ମିଛ ଧରା ପଡିଯିବ ।

ବିଗତ ଦୁଇ ମାସ ଧରି ଭାରତ ଏୟାରଷ୍ଟ୍ରାଇକର କ୍ଷୟକ୍ଷତିକୁ ନେଇ ଭୁଲ ଆକଳନ କରିଆସୁଛି । ତେଣୁ ଏହାକୁ ସ୍ପଷ୍ଟ କରିବା ପାଇଁ ଆମେ ବର୍ତ୍ତମାନ ନିଜର ଉତ୍ତର ରଖିଛୁ । ବର୍ତ୍ତମାନ ଭାରତକୁ ସତ ପରଖିବାର ସମୟ ଆସିଛି । ଏଥିପାଇଁ ଭାରତୀୟ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରିଛି ପାକିସ୍ତାନ ।

ସୂଚନା ଅନୁଯାୟୀ ଭାରତରେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଜବାବରେ ଭାରତ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରାଇଥିଲା । ଯେଉଁଥିରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡା ସହ ପ୍ରାୟ 300 ଆତଙ୍କବାଦୀ ନିହତ ହୋଇଥିବା ଭାରତୀୟ ବାୟୁସେନା ଦାବି କରିଥିଲା । ହେଲେ ଭାରତୀୟ ବାୟୁସେନାକୁ ଭୁଲ ପ୍ରମାଣିତ କରିବା ପାଇଁ ପାକିସ୍ତାନ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଜବାବ ଦେଇ ‘ନୋ ଡ୍ୟାମେଜ’ର ଦାବି କରିଛି ।

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.