ଶ୍ରୀନଗର: ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି । ପାକିସ୍ତାନୀ ସେନା ପକ୍ଷରୁ ନିୟନ୍ତ୍ରଣ ରେଖାରେ ଗୁଳିମାଡ କରାଯାଇଛି । ଏଥିରେ ଭାରତୀୟ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଶନିବାର ସକାଳୁ ପାକ୍ ସେନା ମାଛିଲ ସେକ୍ଟରରେ ଭାରତୀୟ ସେନାର ଚେକପୋଷ୍ଟକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ । ଏଥିରେ ଭାରତୀୟ ସେନାର ଜଣେ ଯବାନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ଆଖି ବୁଜିଥିଲେ ।
ସେପଟେ ପାକ୍କୁ ଏହାର ଉଚିତ୍ ଜବାବ ଦେଇଛି ଭାରତୀୟ ସେନା ।