ETV Bharat / bharat

ଭୁଲ ଦୋହରାଇବାକୁ ଡରିଲା ପାକିସ୍ତାନ, ସାର୍କ ବୈଠକରେ ନାହିଁ ବିବାଦିତ ମାନଚିତ୍ର - ସାର୍କ ବୈଠକ

ସାର୍କ ଦେଶରେ ବୈଠକରେ ଭୁଲ ଦୋହରାଇବାକୁ ଡରିଲା ପାକିସ୍ତାନ । ପାକିସ୍ତାନ ନିଜର ବ୍ୟାକ୍‌ଗ୍ରାଉଣ୍ଡରେ ଲଗାଇନାହିଁ କୌଣସି ମାନଚିତ୍ର । ଅଧିକ ପଢନ୍ତୁ...

ଭୁଲ ଦୋହରାଇବାକୁ ଭୟ କଲା ପାକିସ୍ତାନ, ସାର୍କ ବୈଠକରେ ନାହିଁ ବିବାଦିତ ମାନଚିତ୍ର

author img

By

Published : Sep 24, 2020, 4:12 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ସମୟରେ ସବୁକିଛି ଭର୍ଚୁଆଲ ହୋଇଯାଇଛି। ଏପରିସ୍ଥିତିରେ ଗୁରୁବାର ବସିଛି ଦକ୍ଷିଣ ଏସିଆ କ୍ଷେତ୍ରୀୟ ସହଯୋଗ ସଂଗଠନ(ସାର୍କ)ର ବୈଠକ । ଏଥିରେ ଭାରତ ଓ ପାକିସ୍ତାନର ବୈଦେଶକ ମନ୍ତ୍ରୀ ମଧ୍ୟ ଯୋଗଦେଇଛନ୍ତି । ଏଥରର ବୈଠକରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ପାକିସ୍ତାନ ନିଜର ବ୍ୟାକ୍‌ଗ୍ରାଉଣ୍ଡରେ ଲଗାଇନାହିଁ କୌଣସି ମାନଚିତ୍ର । ଗତ ଥରର ବୈଠକରେ ଭାରତ କଡା ବିରୋଧ କରି ବୈଠକରୁ ଓହରିଯାଇଥିଲା ।

କୋରୋନା ସଙ୍କଟ ମଧ୍ୟରେ ଗୁରୁବାର ସାର୍କ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ବସିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏଥିରେ ଭାଗ ନେଇଥିଲେ । ଏଥି ସହିତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ମଧ୍ୟ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି । ଏହି ସମୟରେ ପାକିସ୍ତାନ ବ୍ୟାକ୍‌ଗ୍ରାଉଣ୍ଡରେ କୌଣସି ମାନଚିତ୍ର ରଖାଯାଇନାହିଁ । ବୈଠକରେ ଭାରତ ପାକିସ୍ତାନ ପକ୍ଷରୁ ସୀମାରେ ହେଉଥିବା ଅନୁପ୍ରବେଶ ଓ ଆତଙ୍କବାଦର ବିଷୟ ଉଠାଇଛି ।

ପୂର୍ବରୁ ସାର୍କ ଦେଶଗୁଡିକର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାମାନଙ୍କର ଏକ ବୈଠକ ହୋଇଥିଲା । ବୈଠକରେ ଭାରତର କିଛି ଅଂଶକୁ ନିଜର ବୋଲି ଦର୍ଶାଇ ପୃଷ୍ଠଭୂମିରେ ଏକ ମାନଚିତ୍ର ରଖାଯାଇଥିଲା ପାକିସ୍ତାନ । ଭାରତ ଏହାକୁ ଦୃଢ ବିରୋଧ କରିଥିଲା ​​ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଠକରୁ ଓହରିଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.