ପୋରବନ୍ଦର: 30 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଛି ପାକିସ୍ତାନ । ଏହି ମତ୍ସ୍ୟଜୀବୀମାନେ ଅନ୍ତର୍ଜାତୀୟ ଜଳ ସୀମାରେଖାରେ ଅନୁପ୍ରବେଶ କରିବା ଅଭିଯୋଗରେ ଓଖା ଏବଂ ପୋରବନ୍ଦରର 30 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ । ଏହାସହ ଏମାନଙ୍କର 6ଟି ମାଛଧରା ନୌକା ଜବତ କରାଯାଇଛି । ସମସ୍ତ ମତ୍ସ୍ୟଜୀବୀ ଗୁଜୁରାଟର ବୋଲି ଜଣାପଡିଛି ।
ସୋମବାର ସକାଳୁ 6ଟି ନୌକାରେ 30ଜଣ ଭାରତୀୟ ମତ୍ସ୍ୟଜୀବୀ ଭାରତ-ପାକିସ୍ତାନ ଜଳ ସୀମାରେଖା ନିକଟରେ ମାଛ ଧରିବାକୁ ଯାଇଥିଲେ । ସେହି ସମୟରେ ପାକିସ୍ତାନ ସମୁଦ୍ର ସୁରକ୍ଷା ଏଜେନ୍ସି (ପିଏମଏସଏ) ତାଙ୍କୁ ଚାରିଆଡୁ ଘେରିଦେଲେ ଏବଂ ତାଙ୍କୁ ଅଟକ ରଖି ବନ୍ଦରଗାହକୁ ନେଇଗଲା । ଏହାର ସୂଚନା ଦେଲେ ପୋରବନ୍ଦର ସ୍ଥିତ ‘ନ୍ୟାଶନାଲ ଫିଶୱାର୍କର୍ସ ଫୋରମ’ (ଏନଏଫଏଫ)ର ସଚିବ ମନୀଷ ଲୋଧରୀ ।
ସୂଚନା ଥାଉକି ଗତ ମାସରେ ପାକିସ୍ତାନରେ ଅଟକ ଥିବା 100 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁଜୁରାଟର ବାସିନ୍ଦା ଥିଲେ । କିନ୍ତୁ ଏବେ ପୁଣିଥରେ ପାକିସ୍ତାନ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅନୁପ୍ରବେଶ ଅଭିଯୋଗରେ ଗିରଫ କରିଛି ।