ETV Bharat / bharat

ବାରମୁଲ୍ଲା ସୀମାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ - ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ

ଜାମ୍ମୁ ଓ କାଶ୍ମୀର ବାରମୁଲ୍ଲା ଜିଲ୍ଲାର ସୀମାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ । ଆଉ ଏହାର ଜବାବରେ ଭାରତାୟ ସେନାର ପାଲଟା ଗୁଳି ଚାଳନା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

Pakistan again violates ceasefire on LoC in Baramulla
ବାରମୁଲ୍ଲା ସୀମାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ
author img

By

Published : May 4, 2020, 1:12 PM IST

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ବାରମୁଲ୍ଲା ଜିଲ୍ଲାର ସୀମାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ପୋଲିସ ସୂତ୍ରରୁ ଜଣା ପଡିଛି ଯେ, ସୋମବାର ଦିନ ମୁସଲମାନମାନଙ୍କ ‘ସେହରୀ’ ସମୟରେ ପାକିସ୍ତାନୀ ସେନା, ଉରି ତେହସିଲର ହାଜିପର୍ ସେକ୍ଟରରେ ଗୁଳି ବର୍ଷା ଆରମ୍ଭ କରିଥିଲେ । ପରେ ଭାରତୀୟ ସେନା ଏହାର ଜବାବ ଦେବା ପାଇଁ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ଆରମ୍ଭ ହୋଇଯାଇଛି ।

ରମଜାନ ଚାଲୁଥିବା ମାସରେ ଦିନସାରା ଉପବାସ ଆରମ୍ଭ କରିବା ପୂର୍ବରୁ ପ୍ରସ୍ତୁତି ଚଳାଇଥିବା ଜାମ୍ମୁ ଓ କାଶ୍ମୀରର ଗ୍ରାମବାସୀଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି । ରମଜାନ ଚାଲିଥିବା ଏହି ପବିତ୍ର ମାସରେ ଯେତେବେଳେ ବିଶ୍ବର ସମସ୍ତ ମୁସଲମାନ ସଂମ୍ପ୍ରଦାୟ କୋରୋନାରୁ ମୁକ୍ତି ପାଇଁ ପ୍ରାର୍ଥନାରେ ମଗ୍ନ ସେତେବେଳେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ଏହା ଆହୁରି ତ୍ବରାନ୍ବିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.