ଶ୍ରୀନଗର: ବିଶ୍ବ ମହାମାରୀ କୋରୋନା ସଙ୍କଟରେ ବି ସୁଧୁରିବାର ନା ନେଉନି ପାକିସ୍ତାନ । ଗତକାଲି ଉରି, ପୁଞ୍ଛ ପରେ ଆଜି ପୁଣି ପୁଞ୍ଛ ଜିଲ୍ଲା ଲାଇନ ଅଫ କଣ୍ଟ୍ରୋଲ (ଏଲଓସି) ରେ ଗୁଳି ଚଳାଇ ଅସ୍ତ୍ର ବିରତି ଉଲ୍ଲଘଂନ କରିଛି ।
ପୁଞ୍ଛ ଜିଲ୍ଲାର ଶାହପୁର, କିର୍ନି ଏବଂ କସବା ସେକ୍ଟରରେ ଏଲଓସିରେ ପାକିସ୍ତାନ ସେନା ଛୋଟ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇ ଅପ୍ରାକୃତିକ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଭାରତୀୟ ସେନା ଏହାର ଜୋରଦାର ଜବାବ ଦେଇଛି ବୋଲି କହିଛନ୍ତି କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ ।
ସୋମବାର ମଧ୍ୟ ପାକିସ୍ତାନ ପଟୁ ଉରି ଓ ହାଜିପୀର ସେକ୍ଟର ଓ ପୁଞ୍ଛ ଜିଲ୍ଲାରେ ମାନକାଟୋ ସେକ୍ଟରରେ ଗୁଳି ବିନିମୟ କରି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ।
@IANS