ETV Bharat / bharat

ପୁଣି ଅଶାନ୍ତ ସୀମା, ପାକିସ୍ତାନ ପଟୁ ମୋର୍ଟାର ଓ ଗୁଳି ମାଡ

author img

By

Published : Apr 7, 2020, 10:47 AM IST

କ୍ରମାଗତ ଦ୍ୱିତୀୟ ଦିନ ପୁଞ୍ଚ ଜିଲ୍ଲାର ମାନକୋଟେ ସେକ୍ଟରରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ଯାହାର କଡା ଜବାବ ଦେଉଛି ଭାରତୀୟ ସେନା । ଅଧିକ ଖବର ପଢନ୍ତୁ...

Pak troops shell forward posts along LoC in J-K's Poonch
ସୀମାରେ ଅଶାନ୍ତି, ଦ୍ବିତୀୟ ଦିନରେ ପାକିସ୍ତାନର ମୋର୍ଟାର ମାଡ ସହ ଗୁଳି ଚାଳନା

ଶ୍ରୀନଗର: ପୁଣି ଅଶାନ୍ତ ସୀମା। ଦେଶର ଏକ ଯୁଦ୍ଧକାଳୀନ ପରିସ୍ଥିତିରେ ଆତଙ୍କ ଖେଳାଉଛନ୍ତି ଆତଙ୍କୀ। ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ରେ ଦ୍ବିତୀୟ ଦିନରେ ପାକିସ୍ତାନୀ ସେନା ମଙ୍ଗଳବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ପାଇଛି।

ରାତି ପ୍ରାୟ 7.40 ସମୟରେ ପାକିସ୍ତାନୀ ସେନା ଛୋଟ ଅସ୍ତ୍ରରେ ଗୁଳି ଚଳାଇବା ଏବଂ ମାନକୋଟେ ସେକ୍ଟର ଏଲଏସି ନିକଟରେ ମୋର୍ଟାର ମାଡ ଆରମ୍ଭ କରିଥିଲା। ତେବେ ପାକିସ୍ତାନୀ ସେନାକୁ କଡା ଜବାବ ଦେଇଥିଲେ ଭାରତୀୟ ଯବାନ। ମିଳିଥିବା ସୂଚନା ଅନୁସାରେ,ଏବେ ସୁଦ୍ଧା ଏହି ଅଞ୍ଚଳର ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି।

ସୂଚନା ଅନୁସାରେ, ସୋମବାର ଦିନ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ମାନକୋଟ ଅଞ୍ଚଳରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC)ନିକଟରେ ମୋର୍ଟାର ମାଡ କରିଥିଲେ। ଗତ ଶୁକ୍ରବାର ଦିନ ମଧ୍ୟ ସୁନ୍ଦରବାନୀ-ନୌଶେରା ସେକ୍ଟରରେ ଗୁଳି ଚଳାଇବା ଫଳରେ 6 ଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ।

ଚଳିତ ବର୍ଷ ଜାନୁୟାରୀ 1 ରୁ ଫେବୃଆରୀ 23 ମଧ୍ୟରେ ଭାରତ-ପାକିସ୍ଥାନ ଆନ୍ତର୍ଜାତୀୟ ସୀମା (ଆଇବି) ଏବଂ ଏଲଓସି ସହିତ ସମୁଦାୟ 646 ଟି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ଘଟିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକ ମାର୍ଚ୍ଚରେ ସଂସଦକୁ ସୂଚନା ଦେଇ କହିଛନ୍ତି। 2019 ରେ ପାକିସ୍ତାନ ସେନାଙ୍କ ଦ୍ବାରା 3,200 ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ ରେକର୍ଡ କରାଯାଇଥିଲା।

@ PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.