ETV Bharat / bharat

ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ପାକିସ୍ତାନ: ଆମେରିକା - white house on terrorists

ପାକିସ୍ତାନ ନିଜ ଦେଶର ଆତଙ୍କବାଦୀ ଏବଂ ଚରମପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ ଉଭୟ ଦେଶ (ଭାରତ-ପାକିସ୍ତାନ) ମଧ୍ୟରେ ଆଲୋଚନା ହେବ ନାହିଁ ବୋଲି ହ୍ବାଇଟ ହାଉସ କହିଛି । ଅଧିକ ପଢନ୍ତୁ...

white-house
ଡୋନାଲ୍ଡ ଟ୍ରମ୍ପ-ଇମ୍ରାନ ଖାନ
author img

By

Published : Feb 22, 2020, 5:03 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନ ପ୍ରଯୋଜିତ ଆତଙ୍କବାଦକୁ ନେଇ ବଡ ବୟାନ ଦେଇଛି ହ୍ବାଇଟ ହାଉସ । ଦିଲ୍ଲୀର ସ୍ବରରେ ସ୍ବର ମିଳାଇ ପାକିସ୍ତାନକୁ କଡା ସମାଲୋଚନା କରିଛି ଓ୍ବାଶିଂଟନ । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗରେ ହୋଇପାରିବ ନାହିଁ ବୋଲି ଶୁକ୍ରବାର ହ୍ବାଇଟ ହାଉସ କହିଛି ।

ଟ୍ରମ୍ପଙ୍କ ଭାରତ ଯାତ୍ରାରେ କାଶ୍ମୀର ପ୍ରସଙ୍ଗରେ ପୁଣିଥରେ ମଧ୍ୟସ୍ତତାର ପ୍ରସ୍ତାବ ଦେବା ନେଇ ହ୍ବାଇଟ ହାଉସକୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ କୁହାଯାଇଛି, ଆମେରିକା ରାଷ୍ଟ୍ରପତି ଲଗାତାର ଭାରତ-ପାକିସ୍ତାନ ମଧ୍ୟର ତିକ୍ତତା ହ୍ରାସ ନେଇ ପ୍ରୟାସ କରୁଛନ୍ତି । କିନ୍ତୁ ପାକିସ୍ତାନ ନିଜ ଦେଶର ଆତଙ୍କବାଦୀ ଏବଂ ଚରମପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ହିଁ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବ । ଉଭୟ ଦେଶ ମଧ୍ୟର ସଫଳ ଆଲୋଚନା ପାକିସ୍ତାନ ଉପରେ ନିର୍ଭର କରୁଛି ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

ହ୍ବାଇଟ ହାଉସ ପକ୍ଷରୁ ଆହୁରି କୁହାଯାଇଛି ଯେ, ରାଷ୍ଟ୍ରପତି ଏହି ଗସ୍ତରେ ଯାହା କିଛି ବି କହିବେ ତାହା ଭାରତ-ପାକିସ୍ତାନର ତିକ୍ତତା ଦୂର କରିବା ପାଇଁ ପ୍ରେରଣାଦାୟୀ ହେବ । ତାଙ୍କ ସମ୍ବୋଧନ ଉଭୟ ଦେଶର ମତଭେଦ ଦୂର କରିବା ସହ ପରସ୍ପର ସହ ଦ୍ବିପାକ୍ଷିକ ଆଲୋଚନା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବ । ରାଷ୍ଟ୍ରପତି ଟ୍ରମ୍ପ ଉଭୟ ଦେଶର ନିୟନ୍ତ୍ରଣ ରେଖାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଅନୁରୋଧ କରିବେ । ଏହା ସହିତ ପରସ୍ପର ବିରୋଧରେ ଉତ୍ତେଜନା ମୂଳକ ବୟାନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ଟ୍ରମ୍ପ ଉଭୟ ଦେଶକୁ ଅନୁରୋଧ କରିବେ ।

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ 12 ସଦସ୍ୟଯୁକ୍ତ ପ୍ରତିନିଧି ମଣ୍ଡଳ ମଧ୍ୟ ଭାରତ ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.