ETV Bharat / bharat

'କାଶ୍ମୀରରେ ନରସଂହାର ନେଇ ପାକିସ୍ତାନ ପାଖରେ ନାହିଁ ପ୍ରମାଣ'

author img

By

Published : Sep 3, 2019, 8:11 PM IST

କଶ୍ମୀରରେ ନରସଂହାର ହେଉଥିବା ମନଗଢା ଅଭିଯୋଗ ଆଣି ଲୋକହସା ହୋଇଛି ପାକିସ୍ତାନ। ମାତ୍ର ଏ ମାମଲାରେ ଆନ୍ତର୍ଜାତୀୟ ଅଦାଲତର (ଆଇସିଜେ) ଯିବାକୁ ଚାହୁଁଥିବା ପାକିସ୍ତାନ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ପାକିସ୍ତାନୀ ଓକିଲ ଖାୱର କ୍ୟୁରେସୀ କହିଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ମଙ୍ଗଳବାର ଲାଗିଛି ଆଉ ଏକ ଶକ୍ତ ଝଟକା। ଭାରତର ଆଭ୍ୟନ୍ତରୀଣ ମାମଲା ହେବା ସତ୍ବେ ମଧ୍ୟ ପାକିସ୍ତାନ ଏହାକୁ ଏକ ଆନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ପ୍ରୟାସ କରୁଛି ପାକିସ୍ତାନ। ପ୍ରତି ଥର ଭଳି ଏଥର ମଧ୍ୟ ଲୋକହସା ହୋଇଛି ପାକିସ୍ତାନ। ଜାତିସଙ୍ଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇ ବିଫଳ ହେବାପରେ, ପାକିସ୍ତାନ ଏବେ ଆନ୍ତର୍ଜାତୀୟ ଅଦାଲତକୁ (ଆଇସିଜେ) ଯିବ ବୋଲି ଭାରତକୁ ଧମକ ଦେଇଥିଲା। ତେବେ ଏ ପ୍ରସଙ୍ଗରେ ପାକିସ୍ତାନ ସରକାରଙ୍କୁ ନିଜ ଦେଶର ଜଣେ ଓକିଲ ଆଇନା ଦେଖାଇଛନ୍ତି।

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପାଖରେ ଆଇସିଜେକୁ ଯିବାକୁ ହେଲେ କୌଣସି ପ୍ରମାଣ ନାହିଁ ବୋଲି ପାକିସ୍ତାନୀ ଓକିଲ ଖାୱର କୁରେସୀ ଜଣାଇଛନ୍ତି । ଏନେଇ ସେ କହିଛନ୍ତି, ପାକିସ୍ତାନ ପାଖରେ କାଶ୍ମୀରକୁ ନେଇ ଆଣିଥିବା ଅଭିଯୋଗର କୌଣସି ପ୍ରମାଣ ନାହିଁ । ବିନା ପ୍ରମାଣ ଆଧାରରେ ଏହି ମାମଲାରେ ଆଇସିଜେର ଦ୍ବାରସ୍ଥ ହେବା ପାକିସ୍ତାନ ପାଇଁ ଖୁବ୍‌ କଷ୍ଟକର ବୋଲି ସେ କହିଛନ୍ତି। ତେବେ କ୍ୟୁରେସୀ କାଶ୍ମୀର ମାମଲାରେ ନିଜ ଦେଶ ପକିସ୍ତାନ ପକ୍ଷରୁ କେଶ ଲଢୁଛନ୍ତି।

ନିକଟରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆସୁଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗକୁ ଆଇସିଜେକୁ ନେବେ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସୀ କହିଥିଲେ। ଭାରତ ସରକାର ଜମ୍ମୁକଶ୍ମୀରରେ କଟକଣା ଜାରି କରି ସେଠାରେ ନରସଂହାର କରୁଥିବା ମଧ୍ୟ ସେ କହିଥିଲେ । ତେବେ ପାକିସ୍ତାନ ସରକାରଙ୍କ ଓକିଲ କାଶ୍ମୀରରେ ନରସଂହାର ହେଉଥିବାର ପ୍ରମାଣ ନଥିବା କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.