ନୂଆଦିଲ୍ଲୀ: ଏସ୍ ଜୟଶଙ୍କରଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଭାର ସମ୍ଭାଳିଥିବାରୁ ଶୁଭେଚ୍ଛା ଜଣାଇଲେ ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରୈସୀ । ଶୁକ୍ରବାର ଶାହ ମେହମ୍ମୁଦ କୁରୈସୀ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଏକ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାମୂତାବକ, ଇଦ ଅବସରରେ ପାକିସ୍ତାନ ବୈଦେଶିକ ସଚିବ ସୋହେଲ ମହମ୍ମଦ ଦିଲ୍ଲୀ ଆସିଥିଲେ । ଏହି ପରିପ୍ରେକ୍ଷୀରେ ଶାହ ମେହମ୍ମୁଦ କୁରୈସୀଙ୍କ ତାଙ୍କ ଦ୍ବାରା ଏହି ବାର୍ତ୍ତା ପଠାଇଥିଲେ ।
ପ୍ରକାଶ ଥାଉକି ଗତ ସପ୍ତାହରେ ଏସ୍ ଜୟଶଙ୍କର ଭାରତର ବୈଦେଶିକ ମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।