ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ (ଏନଆରସି)କୁ ନେଇ ଜାମିଆମିଲିୟା ଇସଲାମିଆ ବିଶ୍ଵବିଦ୍ୟାଳୟରେ ଲଗାତାର ବିରୋଧ ପ୍ରଦର୍ଶନ ଜାରି ରହିଛି। ଏବେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ ପାଇଁ କଲେଜ କାନ୍ଥ, ପ୍ରାଚୀରର ସାହାରା ନେଇଛନ୍ତି। ବିଶ୍ବବିଦ୍ୟାଳୟର କାନ୍ଥବାଡରେ ସ୍ଲୋଗାନ ସହ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ପେଣ୍ଟିଂ କରିଛନ୍ତି ଛାତ୍ରଛାତ୍ରୀ।
ଏହି ଆଇନକୁ ବିଭିନ୍ନ ମାଧ୍ୟମରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାସହ ଯେଉଁ ଛାତ୍ରଛାତ୍ରୀ ପେଣ୍ଟିଂରେ ପାରଦର୍ଶିତା ହାସଲ କରିଛନ୍ତି। ସେମାନେ କାନ୍ଥବାଡରେ ଚିତ୍ର ମାଧ୍ୟମରେ ବିରୋଧ ପ୍ରଦର୍ଶନକୁ ଚିତିତ୍ର କରୁଛନ୍ତି। କାନ୍ଥରେ ଚିତ୍ର ହଜାର ହଜାର ଲୋକେ ଦେଖିବେ। ମଞ୍ଚ ଓ ମାଇକରେ ଜାମିଆ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ ଜାରି ରଖିବା ସହ ଏବେ ପେଣ୍ଟିଂ ମାଧ୍ୟମରେ ମଧ୍ୟ ନୀରବତାର ସହ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି।