ETV Bharat / bharat

ସାଧାରଣ କ୍ରୟ ବ୍ୟବସ୍ଥା ନୀତିକୁ ନଷ୍ଟ କରିବ କୃଷି ବିଲ୍: ଚିଦାମ୍ବରମ - କୃଷି ସଂସ୍କାର ସମ୍ବନ୍ଧୀୟ ବିଲ

କୃଷି କ୍ଷେତ୍ର ସହ ଜଡିତ ତିନୋଟି ବିଲ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦି କୃଷି ସଂସ୍କାର ସମ୍ବନ୍ଧୀୟ ବିଲକୁ ଚାଷୀଙ୍କ ସୁରକ୍ଷା ପାଇଁ ବର୍ଣ୍ଣନା କରୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛି।

ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍
ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍
author img

By

Published : Sep 19, 2020, 1:00 PM IST

ନୂଆଦିଲ୍ଲୀ:କୃଷି କ୍ଷେତ୍ର ସହ ଜଡିତ ତିନୋଟି ବିଲ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦି କୃଷି ସଂସ୍କାର ସମ୍ବନ୍ଧୀୟ ବିଲକୁ ଚାଷୀଙ୍କ ସୁରକ୍ଷା ପାଇଁ ବର୍ଣ୍ଣନା କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛି। ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ କୃଷି ସମ୍ବନ୍ଧୀୟ ବିଲ୍ ସମ୍ପର୍କରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ମୋଦି ସରକାର ଆଣିଥିବା ଆଇନ ଏମଏସପି ଏବଂ ସାଧାରଣ କ୍ରୟ ବ୍ୟବସ୍ଥାର ନୀତିକୁ ନଷ୍ଟ କରିବ।

ଚିଦାମ୍ବରମ୍ ଏନେଇ ଟ୍ବିଟ୍ କରିଛନ୍ତି। ସେ ଏକ ଟ୍ବିଟ୍‌ରେ ଲେଖିଛନ୍ତି, ଏପିଏମସି ସିଷ୍ଟମ ପ୍ରକୃତରେ ଚାଷୀଙ୍କ ପାଇଁ ଏକ ନିରାପତ୍ତା ଜାଲ କିନ୍ତୁ ଏହା ସୀମିତ ବଜାର ଯାହା ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଉପଲବ୍ଧ ନୁହେଁ। ଆମକୁ ଏମଏସପି ଏବଂ ସରକାରୀ କ୍ରୟ ମାଧ୍ୟମରେ ‘ନିରାପତ୍ତା ନେଟ’ ନୀତି ସଂରକ୍ଷଣ କରି କୃଷିଜାତ ଦ୍ରବ୍ୟର ବଜାର ବିସ୍ତାର କରିବାକୁ ହେବ। ସେ ଲେଖିଛନ୍ତି, ମୋଦି ସରକାର ଯେଉଁ ଆଇନ ପ୍ରଣୟନ କରିବାକୁ ଚେଷ୍ଟା କରୁଛନ୍ତି, ତାହା ଏମଏସପି ଏବଂ ସାଧାରଣ କ୍ରୟ ବ୍ୟବସ୍ଥାର ନୀତି ନଷ୍ଟ କରିବ।

ଏହା ପୂର୍ବରୁ କଂଗ୍ରେସ ଦଳରୁ ବହିଷ୍କୃତ ହୋଇଥିବା ସଞ୍ଜୟ ଝା 2019 ଲୋକସଭା ନିର୍ବାଚନ ମାନିଫେଷ୍ଟୋ ବିଷୟରେ ଦଳକୁ ସ୍ମରଣ କରି କହିଥିଲେ ଯେ ଚାଷୀଙ୍କ ଉପରେ ଦୁଇ ଦଳର ଆଭିମୁଖ୍ୟ ସମାନ। ସେ ଲେଖିଛନ୍ତି, ‘2019ର କଂଗ୍ରେସ ମନିଫେଷ୍ଟୋରେ ଆମେ ନିଜେ ଏପିଏମସି ଆକ୍ଟକୁ ରଦ୍ଦ କରିବା ଏବଂ ଚାଷୀଙ୍କୁ ଦଲାଲଙ୍କ କବଳରୁ ମୁକ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲୁ। ଆଜି କିସାନ ବିଲ୍ ମାଧ୍ୟମରେ ମୋଦି ସରକାର ଏହା କରିଛନ୍ତି। କୃଷକ ପ୍ରସଙ୍ଗରେ ଉଭୟ ବିଜେପି ଏବଂ କଂଗ୍ରେସ ସମାନ’।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.