ETV Bharat / bharat

ଦିଲ୍ଲୀରେ ହୋମ କ୍ବାରେଣ୍ଟାଇନଙ୍କୁ ଦିଆଯିବ ଅମ୍ଲଜାନ ପ୍ଲସ୍ ମିଟର - arvind kejriwal

ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ହୋମ୍ କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଅମ୍ଳଜାନ ପଲ୍ସ ମିଟର ବା ଅକ୍ସିପ୍ଲସ୍ ମିଟର ଦିଆଯିବ।

ଦିଲ୍ଲୀରେ ହୋମ କ୍ବାରେଣ୍ଟାଇନଙ୍କୁ ଦିଆଯିବ ଅମ୍ଲଜାନ ପ୍ଲସ୍ ମିଟର

author img

By

Published : Jun 22, 2020, 5:40 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ହୋମ୍ କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଅମ୍ଳଜାନ ପଲ୍ସ ମିଟର ବା ଅକ୍ସିପ୍ଲସ୍ ମିଟର ଦିଆଯିବ। କେଜ୍ରିୱାଲ କହିଛନ୍ତି ଯେ ଆଜି ଆମେ ଚୀନ ବିରୋଧରେ ଭାରତ-ଚୀନ ସୀମାରେ ଓ ଚୀନର ଭୂତାଣୁ ବିରୁଦ୍ଧରେ 2ଟି ଯୁଦ୍ଧ କରୁଛୁ। ଆମର 20 ସାହସୀ ଯବାନ ପଛକୁ ଫେରି ନାହାଁନ୍ତି, ଆମେ ମଧ୍ୟ ପଛକୁ ଫେରିବା ନାହିଁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଗତ ଦିନରେ ଆମେ କୋରୋନା ପରୀକ୍ଷାକୁ 3 ଗୁଣା କରିଛୁ। ପୂର୍ବରୁ ଦୈନିକ ପ୍ରାୟ 5000 ପରୀକ୍ଷା କରାଯାଉଥିଲା, ବର୍ତ୍ତମାନ ଦୈନିକ ପ୍ରାୟ 18,000 ପରୀକ୍ଷା କରାଯାଉଛି। ବର୍ତ୍ତମାନ ଯେତିକି ଲୋକ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି ସମସ୍ତଙ୍କୁ ଅକ୍ସିପ୍ଲସ୍ ମିଟର ଦିଆଯିବ । ଯଦି କାହାର ଅକ୍ସିଜେନ ସ୍ତର ତଳକୁ ଖସି ଆସେ ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଅକ୍ସିପ୍ଲସ୍ ମିଟର ଆପଣଙ୍କ ପାଖରେ ରଖନ୍ତୁ, ସୁସ୍ଥ ହେବା ପରେ ସରକାରଙ୍କୁ ଫେରେଇ ଦେବେ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମେ ଯୁଦ୍ଧକାଳୀନ ଭିତ୍ତିରେ କୋରୋନା ବେଡ୍ ବ୍ୟବସ୍ଥା କରିଛୁ। ବର୍ତ୍ତମାନ ଦିଲ୍ଲୀରେ 7000 ଶଯ୍ୟା ଖାଲି ଅଛି । ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଆଦୌ ଶଯ୍ୟା ଅଭାବ ହେବାକୁ ଦେବୁ ନାହିଁ । ଗତ 10 ଦିନରେ କେବଳ 900 ଶଯ୍ୟା ଭର୍ତ୍ତି ହୋଇଥିବାବେଳେ 10 ଦିନରେ 23 ହଜାର ନୂତନ ରୋଗୀ ଆସିଥିଲେ । ତେବେ ଏହି କ୍ଷେତ୍ରରେ ଗୁରୁତର ମାମଲା କମ୍ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.