ନୂଆଦିଲ୍ଲୀ: ମହାମାରୀରୁ ତ୍ରାହିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ଟୀକା ବା ଔଷଧ । ଏବେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ବ୍ରିଟେନର ଫାର୍ମା କମ୍ପାନୀ ଏଷ୍ଟ୍ରୋଜେନିକା କୋରୋନାଭାଇରସ ପାଇଁ ଏକ ଟିକା ପ୍ରସ୍ତୁତ କରୁଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ, କୋରୋନାଭାଇରସର ଏହି ମାନବ ପରୀକ୍ଷାର ସର୍ବୋତ୍କୃଷ୍ଟ ଫଳାଫଳ ଦେଇଛି । 1000 ଲୋକଙ୍କ ଉପରେ କରାଯାଇଥିବା ଏହି ପରୀକ୍ଷଣରେ, 18 ରୁ 55 ବର୍ଷ ବୟସର ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ଟିକାର ସର୍ବୋତ୍ତମ ପ୍ରଭାବ ଦେଖାଯାଉଛି । ପ୍ରାୟ 2 ମାସ ଧରି ଚାଲିଥିବା ଏହି ପରୀକ୍ଷାର ଫଳାଫଳ ରିସର୍ଚ୍ଚରଙ୍କ ଆତ୍ମବିଶ୍ବାସକୁ ଦ୍ବିଗୁଣିତ କରିଛି ।
ଯଦି ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଏଷ୍ଟ୍ରା ଜେନେକାର ଏହି କୋରୋନା ଟିକା ସଫଳ ପ୍ରମାଣିତ ହୁଏ, ତେବେ ଏହା ଏକ ରୁ ଅଧିକ କ୍ଷେତ୍ରରେ ସଫଳ ହୋଇପାରେ । ବର୍ତ୍ତମାନ ଏହି ଟିକା ବହୁ ଜନସଂଖ୍ୟା ଉପରେ ପରୀକ୍ଷା କରାଯାଉଛି, ଯାହାଫଳରେ ଫଳାଫଳଗୁଡିକ ଜଣାଇବ ଯେ ଏହି କୋରୋନାଭାଇରସ୍ ଟିକା କେତେ ଅଧିକ ସାହାଯ୍ୟ କରିପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ବରେ କୋରୋନାଭାଇରସ ଯୋଗୁଁ 6.20 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ବିଶ୍ବରେ କୋରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶ ବିଭିନ୍ନ ଟିକା ବିକଶିତ କରିବା ପ୍ରକ୍ରିୟାରେ ଅଛି, କିନ୍ତୁ ଏହି ଅକ୍ସଫୋର୍ଡ ୟୁନିଭରସିଟି ଟିକା ବାସ୍ତବରେ ଚାଇନାର କ୍ୟାସିନୋ ବାୟୋଲୋଜିକ୍ସର ଟିକା ସହିତ ସମାନ ବୋଲି କୁହାଯାଉଛି।
ସେହିଭଳି ଟିକା ଆମେରିକାର କମ୍ପାନୀ ଜନସନ ଆଣ୍ଡ ଜନସନଙ୍କ ଦ୍ବାରା ମଧ୍ୟ ପ୍ରସ୍ତୁତ କରାଯାଉଛି। ବାସ୍ତବରେ, ଏହି ଟିକାକୁ ଜେନେଟିକ୍ ଇଞ୍ଜିଜିନିୟରିଂ ଭାଇରସ ଉପରେ ବ୍ୟବହାର କରି ବୁଝାଯାଇଥିଲା ଯେ ଏହା ମାନବ ଶରୀରରେ ଉପସ୍ଥିତ ଥିବା ଭୂତାଣୁକୁ ଦୁର୍ବଳ କରିବା ଏବଂ ମାନବ ଶରୀରର ପ୍ରତିରୋଧକ ଶକ୍ତି ବଢାଇବାରେ ସଫଳ ହୋଇଥିଲା । ଯାହାଦ୍ବାରା ଶରୀରରେ ଆଣ୍ଟିବଡି ସୁଦୃଢ ଭାବେ ଗଠିତ ହୁଏ ଏବଂ ଏହା ଅନ୍ୟ ଜୀବାଣୁ ସହିତ ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରେ ।
ଅକ୍ସଫୋର୍ଡ ୟୁନିଭରସିଟିର କୋରୋନା ଟିକା ପ୍ରକୃତରେ ଏକ ବିନା କ୍ଷତିକାରକ କୋଲ୍ଡ ଭାଇରସର ଦୁର୍ବଳ ଭର୍ଜନରୁ ଆବିଷ୍କୃତ । ଏହି ଜୀବାଣୁ ସିମ୍ପାଞ୍ଜି ଠାରେ ସଂକ୍ରମଣ ବିସ୍ତାର କରନ୍ତି । ଫଳରେ ପରୀକ୍ଷା ପାଇଁ ଏହି ଜୀବାଣୁର ବାହାକକୁ ସିମ୍ପାଞ୍ଜି ଠାରୁ ନିଆଯାଇଛି । ଏହା ଜେନେଟିକ୍ ରୂପାନ୍ତରିତ ହୋଇଛି ଯାହା ଦ୍ବାରା ଏହା ମଣିଷଙ୍କ ନିକଟରେ ବିସ୍ତାର ହେବନାହିଁ । ଯେତେବେଳେ ଜେନେଟିକ୍ ଉପାୟରେ ବିକଶିତ କରାଯାଇଥିଲା ଏହି ଜୀବାଣୁ ମାନବ ଶରୀରକୁ ସଂକ୍ରମିତ କରାଯାଇଥିଲା ଏହା ମାନବ ଶରୀରରେ ପୂର୍ବରୁ ଥିବା ପ୍ରୋଟିନର ମାତ୍ରରେ ବୃଦ୍ଧି ଓ ସୁଦୃଢ କରାଇଥିଲା ।
ଚଳିତ ସପ୍ତାହରେ ମେଡିକାଲ୍ ଜର୍ନାଲ୍ ଲାନସେଟ୍ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଅକ୍ସଫୋର୍ଡ ୟୁନିଭରସିଟି ଟିକା ହଜାର ହଜାର ସ୍ବେଚ୍ଛାସେବୀଙ୍କ ଶରୀରରେ ପ୍ରତିରକ୍ଷା ପ୍ରତିରୋଧକ ପ୍ରତିକ୍ରିୟା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା । ଏହି ଅଧ୍ୟୟନ ସ୍ବେଚ୍ଛାସେବିଙ୍କ ଉପରେ ଆଧାରିତ, ଯେଉଁମାନେ ଟୀକାକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ସଟ୍ ପ୍ରୟୋଗ କରାଯାଇଥିଲା । ଫେସ ୱାନ୍ ଏବଂ ଫେସ ଟୁ ପରୀକ୍ଷଣରୁ ଜଣାପଡିଛି ଯେ ଅକ୍ସଫୋର୍ଡ ଟିକା ମାନବ ଶରୀରରେ 4 ଗୁଣା ଆଣ୍ଟିବଡି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।