ETV Bharat / bharat

ହାଇଦ୍ରାବାଦରେ ସିଏଏ ତାତି: ଓୱେସିଙ୍କୁ ଟି.ଶ୍ରୀନିବାସଙ୍କ ସମାଲୋଚନା - ଆଶାଦୁଦ୍ଦିନ ଓୱେସି ପଲିଟିକାଲ ସୁଲତାନ

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ରାଜନୀତି। ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସିଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ଏନଆରଆଇ କମିଟି ଚେୟାରମ୍ୟାନ ଟି ଶ୍ରୀନିବାସ। ଓୱେସି ଭାରତୀୟ ମୁସଲମାନ ସମ୍ପ୍ରଦାୟର 'ପଲିଟିକାଲ ସୁଲତାନ' ହେବାକୁ ଅପଚେଷ୍ଟା କରୁଥିବା ନେଇ କଟାକ୍ଷ କରିଛନ୍ତି ଶ୍ରୀନିବାସ। ଅଧିକ ପଢନ୍ତୁ...

political Sutlan
ଓୱେସିଙ୍କୁ ଟି ଶ୍ରୀନିବାସଙ୍କ ସମାଲୋଚନା
author img

By

Published : Jan 6, 2020, 12:01 PM IST

ହାଇଦ୍ରାବାଦ: ଥମୁନି ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ରାଜନୀତି। କେନ୍ଦ୍ର ସରକାର ସାମ୍ବିଧାନିକ ପ୍ରକ୍ରିୟାରେ ସଂସଦର ଉଭୟ ଗୃହରେ ବିଲ ପାସ କରାଇଛନ୍ତି। ଏହି ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନର ମାନ୍ୟତା ମଧ୍ୟ ଲାଭ କରିଛି। ଏହି ସଂଶୋଧିତ ଆଇନକୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଉଛି। ଏହାକୁ ନେଇ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ଏହି ଘଟଣାରେ ବିଜେପି ନେତା ଟି ଶ୍ରୀନିବାସ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସିଙ୍କୁ କଡା ସମାଲୋଚନା କରିଛନ୍ତି। ଓୱେସି ଭାରତୀୟ ମୁସଲମାନ ସମ୍ପ୍ରଦାୟର 'ପଲିଟିକାଲ ସୁଲତାନ' ହେବାକୁ ଅପଚେଷ୍ଟା କରୁଥିବା କଟାକ୍ଷ କରିଛନ୍ତି ଶ୍ରୀନିବାସ। ସିଏଏ ଓ ଏନଆରସିକୁ ନେଇ ବିଭ୍ରାନ୍ତିକର ମତ ରଖିବା ସହ, ତାଙ୍କ ସମର୍ଥକଙ୍କ ପାଖରେ ଓୱେସି ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ଟି ଶ୍ରୀନିବାସ ବିଜେପି ଏନଆରଆଇ କମିଟି ଚେୟାରମ୍ୟାନ ଅଛନ୍ତି।

ଭାରତୀୟ ମୁସଲମାନ ତଥା ମୂଳନିବାସୀ କୌଣସି ଭାରତୀୟଙ୍କ ଉପରେ ଏହି ସଂଶୋଧିତ ଆଇନ ଲାଗୁ ହେବନାହିଁ। ଆଇନର ସତ୍ୟତାକୁ ସାଂସଦ ଓୱେସି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ କହିବାକୁ ଚାହାଁନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ଟି ଶ୍ରୀନିବାସ। ଅସାଦୁଦ୍ଦିନଙ୍କ ଭାଇ ଆକବରୁଦ୍ଦିନ ଓୱେଶୀଙ୍କୁ ମଧ୍ୟ ସମାଲୋଚନା ସେ କରିଛନ୍ତି। ଏକ ଜନସଭାରେ ଆକବରୁଦ୍ଦିନ ଦଙ୍ଗା ସୃଷ୍ଟି କରିବା ଭଳି ଉତ୍ତେଜନାମୂଳକ ଭାଷଣ ଦେଇଥିଲେ ବୋଲି କହିଛନ୍ତି ଶ୍ରୀନିବାସ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତାଧିନ ବିଜେପି ସରକାର ଭାରତୀୟ ସମ୍ବିଧାନିକ ପ୍ରକ୍ରିୟାରେ କାର୍ଯ୍ୟ କରୁଛି । ସାମ୍ବିଧାନିକ ପ୍ରକ୍ରିୟାରେ ସରକାର ଆଣିଥିବା ଆଇନକୁ ଅସମ୍ବିଧାନିକ କହିବା ଦୁର୍ଭାଗ୍ୟଜନକ। ଆଇନର ସକରାତ୍ମକ ବାସ୍ତବତାକୁ ବିଜେପି ପ୍ରତିଟି ଭାରତୀୟଙ୍କ ଘରେ ପହଞ୍ଚାଇବ। ଏହିକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଆଫଗାନିସ୍ଥାନରୁ ଆସିଥିବା ଶିଖ ଶରଣାର୍ଥୀଙ୍କୁ ସାକ୍ଷାତ କରିଛନ୍ତି। ନାଗରିକତ୍ବ ସଂଶୋଧନ ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ପୀଡିତ ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଓ ପାର୍ସୀ ସମ୍ପ୍ରଦାୟର ଶରଣାର୍ଥୀଙ୍କୁ ଭାରତ ସରକାର ନାଗରିକତ୍ବ ପ୍ରଦାନ କରିବେ।

ସଂଶୋଧିତ ଆଇନ ଅନୁଯାୟୀ 31 ଡିସେମ୍ବର 2014 ପୂର୍ବରୁ ସେମାନେ ଭାରତରେ ଆଶ୍ରୟ ନେଇଥିବା ଦରକାର। କେବଳ ଦେଶରୁ ଅବୈଧ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଏନଆରସି ଲାଗୁର ଉଦ୍ଦେଶ୍ୟ ବୋଲି କହିଛନ୍ତି ଟି ଶ୍ରୀନିବାସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେବଳ ଆସାମରେ ଏନଆରସି ଲାଗୁ ହୋଇଛି।ଏଥିରୁ 19 ଲକ୍ଷ ଲୋକ ଚୁଡାନ୍ତ ତାଲିକାରୁ ବାଦ ପଡିଥିବା ସେ କହିଛନ୍ତି।

Intro:Body:

https://www.aninews.in/news/national/politics/owaisi-trying-to-become-political-sutlan-of-indian-muslims-by-hiding-truth-about-caa-nrc20200106055311/

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.