ETV Bharat / bharat

ଭାଗବତଙ୍କ ସିଏଏ ଟିପ୍ପଣୀରେ ମୁହଁ ଖୋଲିଲେ ଓୱେସୀ

ବିଜୟାଦଶମୀ ଅବସରରେ ନାଗରିକତା ସଂଶୋଧନ ଆଇନକୁ ନେଇ ମତ ରଖିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ମୁଖ୍ୟ ମୋହନ ଭାଗବତ । ଭାଗବତଙ୍କ ମତାମତରେ ପ୍ରତିକ୍ରିୟା ରଖିଲେ ଓୱେସୀ । ପଢନ୍ତୁ ଅଧିକ.....

ସଂଘ ମୁଖ୍ୟ ଭାଗବତଙ୍କ ସିଏଏ ଟିପ୍ପଣୀ ଉପରେ ମୁହଁ ଖୋଲିଲେ ଓୱେସୀ

author img

By

Published : Oct 25, 2020, 6:27 PM IST

ନୁଆଦିଲ୍ଲୀ: ବିଜୟାଦଶମୀ ଅବସରରେ ନାଗରିକତା ସଂଶୋଧନ ଆଇନକୁ ନେଇ ମତ ରଖିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ମୁଖ୍ୟ ମୋହନ ଭାଗବତ । ଏହି ଅବସରରେ ନାଗରିକତା ସଂଶୋଧନ ଆଇନ ସଂସଦରେ ସମସ୍ତ ପ୍ରକ୍ରିୟା ପୂରଣ କରାଯାଇ ପାରିତ କରାଯାଇଥିବା ସେ କହିଛନ୍ତି । ଆଇନକୁ ଗୃହରେ ବିରୋଧ କରୁଥିବା ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ସବୁ ବିରୋଧ ସତ୍ବେ ସବୁ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରାଯାଇ ବିଲକୁ ଆଇନରେ ପାରିତ କରାଯାଇଥିବା ନେଇ ସେ ମତ ରଖିଛନ୍ତି ।

ସଂଘ ମୁଖ୍ୟ ଭାଗବତଙ୍କ ସିଏଏ ଟିପ୍ପଣୀ ଉପରେ ମୁହଁ ଖୋଲିଲେ ଓୱେସୀ
ସଂଘ ମୁଖ୍ୟ ଭାଗବତଙ୍କ ସିଏଏ ଟିପ୍ପଣୀ ଉପରେ ମୁହଁ ଖୋଲିଲେ ଓୱେସୀ

ଏହା ସହ ଏହି ଆଇନ ମୁସଲିମ ସମ୍ପ୍ରଦାୟ ବିରୋଧରେ ନୁହେଁ କିନ୍ତୁ ମୁସଲିମ ଭାଇ ଭଉଣୀ ମାନଙ୍କୁ ଏହା ବାବଦରେ ମିଛ କଥା କହି ଭ୍ରମିତ କରି ଦଙ୍ଗା, ଧାରଣା ଓ ପ୍ରତିବାଦ କରାଗଲା ବୋଲି ସେ କହିଛନ୍ତି । କିନ୍ତୁ ବାସ୍ତବରେ ଏହି ଆଇନ କୌଣସି ଧର୍ମ ପ୍ରତି ପକ୍ଷପାତିତା କରେ ନାହିଁ ବୋଲି ମତ ରଖିଛନ୍ତି ଭାଗବତ ।

ସେହିପରି ତାଙ୍କ ମତାମତରେ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ନେତା ତଥା ସାଂସଦ ଅସ୍ବାଦୁଦ୍ଦିନ ଓଓ୍ବେସି । ଆରମ୍ଭରୁ ଏହି ଆଇନକୁ ବିରୋଧ କରିଆସୁଥିବା ଓଓ୍ବେସି କହିଛନ୍ତି ‘ଆମେ ଛୋଟ ପିଲା ନୁହେଁ ଆମକୁ କିଛି ବି କୁହାଯାଇ ଭ୍ରମିତ କରାଯାଇପାରିବ। ବିଜେପିର ସିଏଏ ଓ ଏନଆରସି ଏକା ସାଙ୍ଗରେ ଲାଗୁ କରିବାର ଅର୍ଥ କଣ ଆମେ ଭଲ ଭାବେ ଜାଣିଛୁ । ଯଦି ଏହି ଆଇନ ଇସଲାମ ସମ୍ପ୍ରଦାୟ ବିରୋଧୀ ନୁହେଁ ତେବେ ଏହାର ସବୁ ଧାର୍ମିକ ମାପଦଣ୍ଡକୁ କାହିଁକି ବାଦ ଦିଆଯାଉନାହିଁ’ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଆମକୁ ଭାରତରେ ରହି ଭାରତୀୟ ହେବାର ପରିଚୟ ଦେବାକୁ ପଡେ ତେବେ ଆମେ ତାକୁ ବିରୋଧ କରୁଛୁ ଓ କରିବୁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.