ETV Bharat / bharat

କୋରୋନା ପ୍ରଭାବ: 102 ଦେଶରେ ସ୍କୁଲ ବନ୍ଦ, 850 ନିୟୁତ ପିଲାଙ୍କ ପାଠପଢା ବ୍ୟାଘାତ

କୋରୋନା ମାହାମାରୀ କାରଣରୁ ସ୍କୁଲ ଓ କଲେଜଗୁଡିକ ଅସ୍ଥାୟୀ ବନ୍ଦ ହେବା ଫଳରେ ବିଶ୍ବରେ 850 ନିୟୁତ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ବୋଲି ଏକ ବିବୃତିରେ କହିଛି ମିଳିତ ଜାତିସଂଘ । ରିପୋର୍ଟ ମୁତାବକ ବର୍ତ୍ତମାନ ବିଶ୍ବର102 ଟି ଦେଶରେ ସ୍କୁଲ ବନ୍ଦ ରହିଛି ତଥା 11 ଟି ଦେଶରେ ଆଂଶିକ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 19, 2020, 9:19 PM IST

ନୂଆଦିଲ୍ଲୀ: କୋରୋନା କାରଣରୁ ବିଶ୍ବ ଏବେ ଭୟର ବାତାବରଣରେ ରହିଛି । ଚାରିଆଡେ ଭୟର ମାହୋଲ । ହଲ, ମଲ, ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଶିଳ୍ପାନୁଷ୍ଠାନ । ବଜାର ଘାଟ ଠାରୁ ଆରମ୍ଭ କରି ବିମାନ ବନ୍ଦର । ଗାଁ ଗହଳିରୁ ଆରମ୍ଭ କରି ବିକଶିତ ରାଷ୍ଟ୍ର ସବୁଆଡେ ଅଘୋଷିତ କର୍ଫ୍ୟୁ । କୋରୋନରୁ ବର୍ତ୍ତିବାର ପାଇଁ ଗୃହବନ୍ଦୀ ଜନସାଧାରଣ । ଏପରିସ୍ଥଳେ କୋରୋନା ମହାମାରୀ କାରଣରୁ ବିଦ୍ୟାଳୟ ଓ କଲେଜଗୁଡିକ ଅସ୍ଥାୟୀ ବନ୍ଦ ହେବା ଫଳରେ ବିଶ୍ବରେ 850ନିୟୁତ ଛାତ୍ରଛାତ୍ରୀଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି ବୋଲି ଏକ ବିବୃତିରେ କହିଛି ମିଳିତ ଜାତିସଂଘ ।

ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଅନୁଯାୟୀ ଆଗକୁ ଆହୁରି ଅନେକ ସ୍କୁଲ, କଲେଜ ବନ୍ଦ ହେବାର ଆଶଙ୍କା ରହିଛି । ରିପୋର୍ଟ ମୁତାବକ ବର୍ତ୍ତମାନ ବିଶ୍ବର102 ଟି ଦେଶରେ ସ୍କୁଲ ବନ୍ଦ ରହିଛି ତଥା 11 ଟି ଦେଶରେ ଆଂଶିକ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ ।

ଗତ ସପ୍ତାହରେ, ୟୁନେସ୍କୋ 73 ଟି ଦେଶର 24 ଜଣ ଶିକ୍ଷା ମନ୍ତ୍ରୀଙ୍କ ସହ ଏକ ବିଶ୍ୱସ୍ତରୀୟ ଭିଡିଓ କନଫରେନ୍ସ ଆୟୋଜନ କରି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ତଥା ବିଶ୍ବବ୍ୟାପୀ ଶିକ୍ଷାର ବ୍ୟାଘାତକୁ କମ କରିବାକୁ ରଣନୀତି ଉପରେ ଆଲୋଚନା କରିଥିଲେ ।

ଏହି ଭିଡିଓ କନଫରେନ୍ସରେ ଚୀନ୍, କ୍ରୋଏସିଆ, ଇଜିପ୍ଟ, ଫ୍ରାନ୍ସ, ଇଟାଲୀ, ଲେବାନନ୍, ମେକ୍ସିକୋ, ନାଇଜେରିଆ, ଜାପାନ, କୋରିଆ ରିପବ୍ଲିକ୍ ଏବଂ ଇରାନର ଇସଲାମିକ୍ ରିପବ୍ଲିକ୍ ମନ୍ତ୍ରୀ ଏବଂ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

ୟୁନେସ୍କୋର ମହାନିର୍ଦ୍ଦେଶକ ଅଡ୍ରି ଆଜୁଲାଇ କହିଛନ୍ତି ଯେ, ହାଇ-ଟେକ୍, ଲୋ-ଟେକ୍ ଏବଂ ନୋ-ଟେକ୍ ସମାଧାନ ଖୋଜିବା ପାଇଁ ବିଭିନ୍ନ ଦେଶ ସହ ଆଲୋଚନା ଜାରି ରହିଛି ।

ଅନ୍ତର୍ଜାତୀୟ ସହଯୋଗରେ ସବୁଠାରୁ ପ୍ରଭାବଶାଳୀ ପନ୍ଥାରେ ଶିକ୍ଷାଦାନ କରିବା ପାଇଁ ଛାତ୍ର, ଶିକ୍ଷକ ଓ ପରିବାରବର୍ଗଙ୍କୁ ସହାୟତା କରିବା ଏବେ ଆବଶ୍ୟକ ରହିଛି ।

ରିପୋର୍ଟ ଅନୁଯାୟୀ କୋରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ବରେ 9,000 ରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି । ୟୁରୋପରେ 4,134 ଏବଂ ଏସିଆରେ 3,416 ମୃତ୍ୟୁ ରିପୋର୍ଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.