ETV Bharat / bharat

ଏହି 5ଟି ରାଜ୍ୟରେ ରହିଛି 60% ଆକ୍ଟିଭ ମାମଲା

author img

By

Published : Sep 18, 2020, 4:14 PM IST

ଦେଶର ମୋଟ କୋରୋନା ଆକ୍ଟିଭ ମାମଲା ମଧ୍ୟରେ 60% ଆକ୍ଟିଭ ମାମଲା 5ଟି ରାଜ୍ୟରୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର କହିଛନ୍ତି ।

ଏହି 5ଟି ରାଜ୍ୟରେ ରହିଛି 60% ଆକ୍ଟିଭ ମାମଲା
ଏହି 5ଟି ରାଜ୍ୟରେ ରହିଛି 60% ଆକ୍ଟିଭ ମାମଲା

ନୂଆଦିଲ୍ଲୀ: ଦେଶର ମୋଟ କୋରୋନା ଆକ୍ଟିଭ ମାମଲା ମଧ୍ୟରେ 60% ଆକ୍ଟିଭ ମାମଲା 5ଟି ରାଜ୍ୟରୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର କହିଛନ୍ତି । ଏଥିସହ ମନ୍ତ୍ରଣାଳୟ ଟ୍ବିଟ କରି କହିଛନ୍ତି ଯେ, 13 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 5000ରୁ କମ୍ ଆକ୍ଟିଭ ମାମଲା ରହିଛି ।

ମନ୍ତ୍ରଣାଳୟ ଟ୍ବିଟରେ କହିଛି, ରାଜ୍ୟ ଗୁଡିକ ସହାୟତା ଯୋଗାଇବା ପାଇଁ ଅନେକ କେନ୍ଦ୍ରୀୟ ଟିମ୍ ପ୍ରତିନିଧିତ୍ୱ କରିଛନ୍ତି। ତେବେ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ, କୋରୋନା ମୃତ୍ୟୁ ହାରକୁ ଏକ ପ୍ରତିଶତରୁ କମ୍ କରିବାକୁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶର କୋରୋନା ମୃତ୍ୟୁହାର 1.64 ପ୍ରତିଶତରେ ରହିଛି । ଯାହାକି ବିଶ୍ୱରେ ସର୍ବନିମ୍ନ ଅଟେ ।

ତେବେ ସେପ୍ଟେମ୍ବର 10 ରେ ମଧ୍ୟ କେନ୍ଦ୍ର ସୂଚନା ଦେଇଥିଲା ଯେ, ଦେଶର ମୋଟ ଆକ୍ଟିଭ ମାମଲା ମଧ୍ୟରୁ 74% ରୁ କେବଳ ପାଞ୍ଚଟି ରାଜ୍ୟରୁ ଆସୁଛି । ଏହି 5ଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.