ETV Bharat / bharat

କୋରୋନା ପିକ୍‌ ବେଳେ ପୁଲ ପାର୍ଟି, କୋଭିଡ ନିୟମ ଉଲ୍ଲଂଘନରେ 50 ଗିରଫ

ଭାରତରେ ସଂକ୍ରମଣ ମାମଲାରେ ବ୍ରାଜିଲକୁ ଅତିକ୍ରମ କରିଯାଇଛି । ବିଶ୍ବରେ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଦ୍ବିତୀୟ ସ୍ଥାନରେ ଭାରତ ରହିଛି । ଏପରି ସ୍ଥିତି ଅଧିକ ସତର୍କତା ଅବଲମ୍ବନ ଜରୁରୀ ହୋଇପଡିଥିବାବେଳେ ପୋଲିସର ନାକ ତଳେ ଲୁଧିଆନାରେ ଚାଲିଥିଲା ପୁଲ ପାର୍ଟି । ଅଧିକ ପଢନ୍ତୁ...

କୋଭିଡ ନିୟମ ଉଲ୍ଲଙ୍ଘନରେ 50 ଗିରଫ
କୋଭିଡ ନିୟମ ଉଲ୍ଲଙ୍ଘନରେ 50 ଗିରଫ
author img

By

Published : Sep 6, 2020, 7:49 AM IST

Updated : Sep 6, 2020, 8:53 AM IST

ଲୁଧିଆନା:ଦେଶରେ କୋରୋନା ଏବେ ପିକ୍‌ରେ ରହିଛି । ବିଶ୍ବରେ ସଂକ୍ରମଣ ମାମଲାରେ ଦ୍ବିତୀୟରେ ପହଞ୍ଚିଛି । ଏପରି ସମୟରେ ପଞ୍ଜାବର ଲୁଧିଆନା କିଛି ଯୁବକ ମିଶି ପୁଲ ପାର୍ଟି କରୁଥିଲେ । ଏହାର ଖବର ପାଇ ପୋଲିସ ରେଡ କରିଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ 50 ଜଣକୁ ଗିରଫ କରାଯାଇଛି ।

ପୋଲିସ ସୂଚନାନୁସାରେ, ଶୁକ୍ରବାର ସରଭା ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ରେଣ୍ଟୁରାଣ୍ଟରେ ପୁଲ ପାର୍ଟିର ଆୟୋଜନ କରାଯାଇଥିଲା । ଅତିରିକ୍ତ ଡେପୁଟି କମିଶନର କହିଛନ୍ତି, ଏହି ପାର୍ଟିରେ 50ରୁ 55 ଜଣ ସାମିଲ ଥିଲେ । ଏଭଳି କିଛି ପୁଲ ପାର୍ଟି କରାଯାଉଥିବା ନେଇ ପୋଲିସ ଖବର ପାଇବା ପରେ ଚଢାଉ କରିଥିଲା । ଚଢାଉ ବେଳେ ଘଟଣାସ୍ଥଳରୁ ପାଞ୍ଚ ବୋତଲ ବିସ୍କି ଏବଂ ପାଞ୍ଚ କାର୍ଟନ ବିୟର ଜବତ କରାଯାଇଛି।

ପଞ୍ଜାବରେ 1,515 ନୂତନ କୋରୋନା ଭାଇରସ ରିପୋର୍ଟ ହୋଇଛି । ଯାହା ରାଜ୍ୟରେ ମୋଟ ମାମଲା 61,527 ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ କହିବାନୁସାରେ, ଶନିବାର ଦିନ 69 ଜଣଙ୍କ କୋରୋନା ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା 1,808କୁ ବୃଦ୍ଧି ପାଇଛି । ଏଥିସହ ଶନିବାର 1,306 ଆକ୍ରାନ୍ତଙ୍କ ଡିସଚାର୍ଜ କରାଯାଇଛି ।

Last Updated : Sep 6, 2020, 8:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.