ETV Bharat / bharat

ଦେଶରେ ଦୈନିକ 5 ଲକ୍ଷରୁ ଉର୍ଦ୍ଧ୍ବ ଉତ୍ପାଦନ ହେଉଛି ପିପିଇ କିଟ୍

ଭାରତ ଏବେ ନିଜର ପିପିଇ କିଟ୍ ଚାହିଦାକୁ ମେଣ୍ଟାଇ ପାରିଛି । ବରଂ ଚାହିଦା ଠାରୁ ଅଧିକ ଉତ୍ପାଦନ କରିବାରେ ମଧ୍ୟ ସମର୍ଥ ହୋଇପାରିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ଅଧିକ ପଢନ୍ତୁ...

ଦେଶରେ ଦୈନିକ 5 ଲକ୍ଷରୁ ଅଧିକ ଉତ୍ପାଦନ ହେଉଛି ପିପିଇ

author img

By

Published : Sep 27, 2020, 10:17 AM IST

ନୂଆଦିଲ୍ଲୀ: ଦେଶରେ ପିପିଇ ଅଭାବ ପୂରଣ କରାଯାଇପାରିଛି । ଦିନେ ପିପିଇ ଅଭାବ ନେଇ ଅନେକ ରାଜ୍ୟ ଅଭିଯୋଗ ଆଣୁଥିଲେ । ଆଜି ସେହି ରାଜ୍ୟଗୁଡିକରେ ଯଥେଷ୍ଟ ପିପିଇ ମହଜୁଦ ରହିଛି । କେନ୍ଦ୍ର ପକ୍ଷରୁ ଦିଆଗଲେ ମଧ୍ୟ ଉକ୍ତ ରାଜ୍ୟଗୁଡିକରେ ପିପିଇ ରଖିବାକୁ ଜାଗା ନାହିଁ । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦେଶରେ କୋରୋନା ସୁରକ୍ଷା ପ୍ରଦାନକାରୀ ପିପିଇ କିଟ୍ ଉତ୍ପାଦନ ବିଷୟରେ ନିଜର ମତ ରଖିଥିଲେ ।

ଦେଶରେ ଏବେ ଦୈନିକ 5 ଲକ୍ଷରୁ ଅଧିକ ପିପିଇ ଉତ୍ପାଦନ କରାଯାଉଛି । ବର୍ତ୍ତମାନ ଚାହିଦା ଠାରୁ ଢେର ଅଧିକା ଉତ୍ପାଦନ କରାଯାଉଛି । ଆଉ ଏଥିପାଇଁ 110ଟି ଉତ୍ପାଦନ କେନ୍ଦ୍ର କାମ କରୁଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଦେଶରେ ସଂକ୍ରମଣ ମାମଲା ଯେଉଁ ବେଗରେ ବଢିବାରେ ଲାଗିଛି, ସୁସ୍ଥହାରରେ ମଧ୍ୟ ବେଶ ଉନ୍ନତି ପରିଲକ୍ଷିତ ହେଉଛନ୍ତି । ଦେଶରେ 7 କୋଟି କୋଟିରୁ ଅଧିକ କୋଭିଡ ପରୀକ୍ଷା ସରିଥିବା ମନ୍ତ୍ରୀ କହିଛନ୍ତି । ପ୍ରଥମେ ସୁସ୍ଥ ହାର 9-12 ପ୍ରତିଶତ ରହିଥିଲା । ହେଲେ ଏହା ବଢି 82 ପ୍ରତିଶତରେ ପହଞ୍ଚିଛି । ଏପରିକି ମୃତ୍ୟୁହାର ପ୍ରାୟ 1.6 ପ୍ରତିଶତ ରହିଛି ।

କୋଭିଡ ସଙ୍କଟ ଆରମ୍ଭ ସମୟରେ ଗୋଟିଏ ଲ୍ୟାବ ରହିଥିଲା ଯାହା ବର୍ତ୍ତମାନ 1823 ଲ୍ୟାବରେ କୋଭିଡ ଟେଷ୍ଟ କରାଯାଉଛି । ଫଳରେ ଦିନକୁ ପ୍ରାୟ 13-15 ଲକ୍ଷ ପରୀକ୍ଷା କରିବାରେ ସମର୍ଥ ହୋଇପାରିଛେ । ଭାରତ କୋରୋନା ଟିକା ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.