ETV Bharat / bharat

ଫନି ତାଣ୍ଡବ ଆଶଙ୍କା, ବାଂଲାଦେଶରେ 4 ଲକ୍ଷରୁ ଊର୍ଦ୍ଧ୍ବ ସ୍ଥାନାନ୍ତର - bangladesh

ଓଡିଶାରେ ତାଣ୍ଡବ ରଚିଛି ବାତ୍ୟା ଫନି । ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର ରୂପ ନେଇଛି ବାତ୍ୟା । ଓଡ଼ିଶାରେ ତାଣ୍ଡବ ରଚିବା ପରେ ଏବେ ବାଂଲାଦେଶ ମୁହାଁ ଫନି । ତେବେ ଫନିକୁ ନେଇ ବାଂଲାଦେଶ ସରକାର ସଚେତନ ହୋଇ ଉଠିଛନ୍ତି।

ସୋସିଆଲ ମିଡିଆ
author img

By

Published : May 4, 2019, 4:59 AM IST

ଢାକା: ଓଡ଼ିଶାରେ ଫନି ତାଣ୍ଡବ ରଚିବା ପରେ ଏବେ ବାଂଲାଦେଶ ମୁହାଁ ବାତ୍ୟା ଫନି । ଏଥିପାଇଁ ବାଂଲାଦେଶ ସରକାର ସଚେତନ ହୋଇପଡ଼ିଛନ୍ତି । ଜିରୋ କାଜୁଆଲଟିକୁ ନଜରରେ ରଖି ବାଂଲାଦେଶ ସରକାର ପାଖାପାଖି 4 ଲକ୍ଷରୁ ଊର୍ଦ୍ଧ୍ବ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଛନ୍ତି ।

ଏନେଇ ବାଂଲାଦେଶର ରିଲିଫ ଏବଂ ବିପର୍ଯ୍ୟୟ ପରିଚାଳନା ଏନାମୁର ରେହମାନ କହିଛନ୍ତି, ଦେଶର ଉପକୂଳବର୍ତ୍ତୀ ତଥା ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ପାଖାପାଖି 4 ଲକ୍ଷ 4 ହଜାର 225 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।ସ୍ଥାନାନ୍ତର କରାଯାଇଥିବା ସମସ୍ତ ବାସିନ୍ଦାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସ୍ଥାନ୍ତାନ୍ତର କାର୍ଯ୍ୟ ସକାଳ ପ୍ରାୟ 10ଟାରୁ ଆରମ୍ଭ କରିଛୁ । ଦିନ ପ୍ରାୟ 12ଟା ସୁଦ୍ଧା ଆମେ 4 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛୁ । ତେବେ ସନ୍ଧ୍ୟା 5ଟା ସୁଦ୍ଧା ଆମେ ସମସ୍ତ ସ୍ଥାନାନ୍ତର କାର୍ଯ୍ୟ ସାରିଛୁ । ତେବେ ସ୍ଥାନାନ୍ତର ହୋଇଥିବା ସମସ୍ତ ବାସିନ୍ଦାଙ୍କୁ 4071ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।

ରେହମାନ କହିଛନ୍ତି, ବାତ୍ୟା ପାଇଁ ସ୍ଥାନାନ୍ତର କାର୍ଯ୍ୟରେ ପାଖାପାଖି 56 ହଜାର ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ନିୟୋଜିତ ହୋଇଥିବା ସମସ୍ତ ସଦସ୍ୟ ନ୍ୟାଭି, ପୋଲିସ, କୋଷ୍ଟ ଗାର୍ଡ, ଅଗ୍ନିଶମ ବିଭାଗ, ରେଡ କ୍ରେଷାଣ୍ଟ, ସ୍କାଉଟ୍ସ, ସ୍ଥାନୀୟ ବାସିନ୍ଦା ଏବଂ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତା ରହିଛନ୍ତି ।

ତେବେ ସ୍ଥାନାନ୍ତର ହୋଇଥିବା ସମସ୍ତ ବାସିନ୍ଦାଙ୍କୁ ବିଭିନ୍ନ ବାତ୍ୟା ସ୍ଥଳୀରେ ରଖାଯାଇଛି । ଦିବ୍ୟାଙ୍ଗ, ଗର୍ଭବତୀ ଏବଂ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ସଚିବ କହିଛନ୍ତି ଯେ, ବାତ୍ୟାର ଅବସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ଭାବେ ନୀରିକ୍ଷଣ କରାଯାଇଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.