ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକଡାଉନ୍ ନିୟମ ଉଲ୍ଲଂଘନ କରି ମଙ୍ଗଳବାର 47ଟି ମାମଲା ରୁଜୁ ହୋଇଥିବା ବେଳେ 2 ହଜାର 300 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ପୋଲିସର ତଥ୍ୟ ଅନୁଯାୟୀ, ଆଇପିସି ଧାରା 188 ଅନୁଯାୟୀ ଅପରାହ୍ନ 5 ଟା ସୁଦ୍ଧା 47 ଟି ମାମଲା ରୁଜୁ ହୋଇଥିଲା।
ପୋଲିସ କହିଛି ଯେ ଧାରା 65 ଓ ଦିଲ୍ଲୀ ପୋଲିସ ଅଧିନିୟମର ଧାରା 66 ଅନୁଯାୟୀ 114 ଟି ଯାନବାହନ ଜବତ କରାଯିବା ସହ 2 ହଜାର 307 ଜଣଙ୍କୁ ଗିରଫ କରାଯାଇଛି । ମୋଟ 502ଟି ମୁଭମେଣ୍ଟ ପାସ୍ ଦିଆଯାଇଥିବା ପୋଲିସ କହିଛି । ଏହାସହ ବିନା ମାସ୍କରେ ଘରକୁ ବାହାରକୁ ଆସିଥିବା 23ଜଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରକାଶଥାଉକି, ମାର୍ଚ୍ଚ 24 ପରଠାରୁ ଦିଲ୍ଲୀରେ ପ୍ରାୟ 1 ଲକ୍ଷ 59 ହଜାର 625ଜଣ ଗିରଫ ହୋଇଛନ୍ତି ।