ପୁଣେ: କୋରୋନା ଡେଞ୍ଜର ଜୋନ ବା ହଟସ୍ପଟ ତାଲିକାରେ ମାୟାନଗରୀ । ଭାରତର ପ୍ରଥମ ରାଜ୍ୟ ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ଏବେ ସୁଦ୍ଧା 2 ଲକ୍ଷ ପାର। ତେବେ କୋଭିଡ୍ 19 ମହାମାରୀ ଆରମ୍ଭରୁ ଏପର୍ଯ୍ୟନ୍ତ କଣ୍ଟାକ୍ଟ ଟ୍ରେସିଂ ପରେ ମୁମ୍ବାଇରେ 15 ଲକ୍ଷରୁ ଅଧିକ ଲୋକଙ୍କୁ କ୍ବାରେଣ୍ଟିନ୍ କରାଯାଇଛି ବୋଲି ସହରର ନାଗରିକ ସଂଗଠନ(BMC)କହିଛି।
ଏଥିମଧ୍ୟରୁ 5.34 ଲକ୍ଷ ଲୋକଙ୍କୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବା ଗୁରୁତର ଭାବେ ଚିହ୍ନଟ କରାଯାଇଛି ବୋଲି ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେସନ ସୂଚନା ଦେଇଛି। ଏପର୍ଯ୍ୟନ୍ତ, 13.28 ଲକ୍ଷ ଲୋକ ସେମାନଙ୍କର 14 ଦିନିଆ କ୍ବାରେଣ୍ଟିନ୍ ଅବଧି ସମାପ୍ତ କରିଛନ୍ତି।
ବିଏମସି ନିଜ ୱେବସାଇଟରେ କହିଛି ଯେ ବର୍ତ୍ତମାନ ସୁଦ୍ଧା 2.46 ଲକ୍ଷ ଲୋକ ଘରୋଇ କ୍ବାରେଣ୍ଟିନରେ ଏବଂ 14,288 ଜଣ ଅନୁଷ୍ଠାନିକ କ୍ବାରେଣ୍ଟିନରେ ଅଛନ୍ତି। ଅନୁଷ୍ଠାନିକ କ୍ବାରେଣ୍ଟିନ ଅଧୀନରେ ଥିବା 14,288 ଜଣଙ୍କ ମଧ୍ୟରୁ 11,409 ଜଣ 328 ସିସିସି-1 (COVID କେୟାର ସେଣ୍ଟର) ସୁବିଧାରେ ରହିଛନ୍ତି। ଯାହାର ସାମୂହିକ କ୍ଷମତା 50,000 ଶଯ୍ୟା ବିଶିଷ୍ଟ ଥିବାବେଳେ 2,879 ଜଣଙ୍କୁ 57 ସିସିସି-2 ସୁବିଧାରେ ରଖାଯାଇଛି। ଯେଉଁଠି 6,100 ରୁ ଅଧିକ ଶଯ୍ୟା ରଖାଯାଇଛି।
ସିସିସି-1 ସୁବିଧା ପ୍ରାୟତଃ ହୋଟେଲ ଏବଂ ହଲରେ ସ୍ଥାପିତ ହୋଇଛି ଏବଂ ଏଥିରେ 24 ଘଣ୍ଟିଆ ମନିଟରିଂ ସୁବିଧା ନାହିଁ। ସିସିସି-2 ହେଉଛି ସରକାରୀ ସୁବିଧା ଯେଉଁଠାରେ ଡାକ୍ତର ଏବଂ ନର୍ସମାନେ ଦିନରାତି ଉପଲବ୍ଧ ଅଛନ୍ତି।