ETV Bharat / bharat

‘ବନ୍ଦେ ଭାରତ ମିଶନରେ 10ଲକ୍ଷ ଭାରତୀୟ ଉପକୃତ’

author img

By

Published : Aug 2, 2020, 11:57 AM IST

Updated : Aug 2, 2020, 12:09 PM IST

ବର୍ତ୍ତମାନ ସୁଦ୍ଧା ବନ୍ଦେ ଭାରତ ମିଶନ ଅଧିନରେ 1 ମିଲିୟନରୁ ଅଧିକ ଭାରତୀୟ ଉପକୃତ ହୋଇଥିବା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ତେବେ ମିଶନର ପଞ୍ଚମ ପର୍ଯ୍ୟାୟ ଅଧିକ ନାଗରିକଙ୍କୁ ଲାଭ ପ୍ରଦାନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ...

‘ବନ୍ଦେ ଭାରତ ମିଶନରେ 10ଲକ୍ଷ ଭାରତୀୟ ଉପକୃତ’
‘ବନ୍ଦେ ଭାରତ ମିଶନରେ 10ଲକ୍ଷ ଭାରତୀୟ ଉପକୃତ’

ନୂଆଦିଲ୍ଲୀ: ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି କୋରୋନା । ମହାମାରୀ କୋରୋନା ସମସ୍ତଙ୍କ ପାଇଁ ଆଣିଦେଇଛି ବିପତ୍ତି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଜାରି ରହିଛି । ଫଳରେ ଅସଂଖ୍ୟ ଭାରତୀୟ ବିଦେଶରେ ଫସିରହିଛନ୍ତି । ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ବନ୍ଦେ ଭାରତ ମିଶନ ଅଧିନରେ 10 ଲକ୍ଷ ଭାରତୀୟ ଉପକୃତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ।

9 ଲକ୍ଷରୁ ଅଧିକ ଭାରତୀୟ ବିଭିନ୍ନ ଉପାୟ ମାଧ୍ୟମରେ ଭାରତ ଫେରିଥିବା ବେଳେ ଚଳିତ ବର୍ଷ 6 ମେରୁ 1 ଲକ୍ଷ 16 ହଜାରରୁ ଅଧିକ ଭାରତୀୟ ବିଭିନ୍ନ ଦେଶକୁ ଫେରିଛନ୍ତି । ଗତ ଶନିବାର 3,124 ଭାରତୀୟ ବିଭିନ୍ନ ଦେଶରୁ ଫେରିଛନ୍ତି । ତେବେ ମିଶନର ପଞ୍ଚମ ପର୍ଯ୍ୟାୟ ଅଧିକ ନାଗରିକଙ୍କୁ ଲାଭ ପ୍ରଦାନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Last Updated : Aug 2, 2020, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.