ETV Bharat / bharat

'ମୋ ପରିବାର ପାଖରେ କାନ୍ଦିବାର ଅଧିକାର ଅଛି'

ମୋ ପରିବାର ପାଖରେ କାନ୍ଦିବାର ଅଧିକାର ଅଛି । ଆମେ ଖୁବ ଭାବ ବିହ୍ବଳ। ଆମ ଲୁହ ହୃଦରେ ଥିବା କଷ୍ଟକୁ ଅଭିବ୍ୟକ୍ତ କରେ ବୋଲି କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ।

author img

By

Published : Nov 30, 2019, 3:25 PM IST

kumaraswamy
ଫାଇଲ ଫଟୋ

ବେଙ୍ଗାଲୁରୁ: ସର୍ବସାଧାରଣରେ କାନ୍ଦିବା ଯୋଗୁଁ ସମାଲୋଚନା କରିଥିବା କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡାଙ୍କୁ ପାଲଟା ଜବାବ ଦେଇଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ। ଏନେଇ ସେ କହିଛନ୍ତି, ‘ମୋ ପରିବାର ପାଖରେ କାନ୍ଦିବାର ଅଧିକାର ଅଛି। ଆମେ ଖୁବ ଭାବ ବିହ୍ବଳ। ଆମ ଲୁହ ହୃଦରେ ଥିବା କଷ୍ଟକୁ ଅଭିବ୍ୟକ୍ତ କରେ।’

ସେ ଆହୁରି କହିଛନ୍ତି, ‘ପ୍ରିୟର ସଦାନନ୍ଦ ଗୌଡା, ଭିକ୍ସ କିମ୍ବା ଗ୍ଲିସେରିନ ଲଗାଇ ଆଖିରୁ ଲୁହ ଗଡାଇବା ମୋତେ ଜଣାନାହିଁ । ଗରିବ ଲୋକଙ୍କ ଦୁଃଖ ଏବଂ ସେମାନଙ୍କ ଆଖିର ଲୁହ ଦେଖିଲେ ମୋ ଆଖିରୁ ଲୁହ ବାହାରେ। ’ ଏହା ସହିତ ଆପଣ କେତେଜଣ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କୁମାରସ୍ବାମୀ।

ନିକଟରେ କର୍ଣ୍ଣାଟକରେ ହେବାକୁ ଥିବା ଉପନିର୍ବାଚନର ପ୍ରଚାର କରିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କାନ୍ଦି ପକାଇଥିଲେ। ଲୋକସଭା ନିର୍ବାଚନ ବେଳେ ତାଙ୍କ ପୁଅ ନୀଖିଲ କୁମାରସ୍ବାମୀଙ୍କ ପରାଜୟକୁ ନେଇ ଭାବ ବିହ୍ବଳ ହୋଇ କାନ୍ଦି ପକାଇଥିଲେ ସେ। ସେପଟେ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା କୁମାରସ୍ବାମୀଙ୍କୁ ସମାଲୋଚନା କରି ତାଙ୍କ ପରିବାର କାନ୍ଦିବାର ଅଧିକାର ନେଇଛନ୍ତି ବୋଲି କହିଥିଲେ।

ଏହା ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ, ‘ଅଗଷ୍ଟ ଏବଂ ଅକ୍ଟୋବରରେ କର୍ଣ୍ଣାଟକରେ ଆସିଥିବା ବନ୍ୟା ଠାରୁ କୁମାରସ୍ବାମୀଙ୍କ ଲୁହ ଅନେକ କ୍ଷତିକାରକ।’

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.