ETV Bharat / bharat

ମା’ ଛେଉଣ୍ଡ ଛେଳିଛୁଆକୁ ସ୍ତନ୍ୟପାନ କଲା କୁକୁର, ଭିଡିଓ ଭାଇରାଲ

ମା'ର ମମତା ଅତୁଳନୀୟ ଓ ଅବର୍ଣ୍ଣନୀୟ । କେହି ବି ତା ପାଇଁ ପର ନୁହେଁ । ସବୁ ସନ୍ତାନ ତା ପାଇଁ ସମାନ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନା ରାଙ୍ଗାରେଡ୍ଡିରେ । ଛେଳିଛୁଆକୁ ନିଜ ଛୁଆ ପରି ଆପଣାଇଛି କୁକୁର ।

author img

By

Published : Jul 6, 2019, 2:03 PM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ହାଇଦ୍ରାବାଦ: ମା’ର ମମତାକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ମା ଓ ମମତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ । ମା’ର ମମତା ନୀଳସାଗର ଗଭୀରତାଠୁ ଗଭୀର, ସୀମାହୀନ ଆକଶ ଭଳି ପରିବ୍ୟାପ୍ତ । ମା' ପାଇଁ ସବୁ ସନ୍ତାନ ସମାନ । କେବଳ ମଣିଷ ନୁହେଁ ପଶୁପକ୍ଷୀ ବି ମା’ର ପ୍ରକୃତ ପରିଚୟ ଦେଇଥାନ୍ତି । ମା’ର ମମତାର ଭଣ୍ଡାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ। ମା ଯେ କେବଳ ରକ୍ତର ସନ୍ତାନକୁ ଆଦରେ..ତା ନୁହେଁ..ମାର ମମତା ଆଗରେ ସଭିଏଁ ସମାନ ।

ଭିଡିଓ ସୌଜନ୍ୟ : ଇଟିଭି ଭାରତ

ଟିକେ ଭଲକି ଦେଖନ୍ତୁ ଏ ଦୃଶ୍ୟକୁ । ମା’ କୁକୁରଟି ଛେଳି ଛୁଆକୁ ସ୍ତନ୍ୟପାନ କରାଉଛି । ମା'କୁ ହରାଇ ଏଣେତେଣେ ଘୁରି ବୁଲୁଥିବା ଛେଳି ଛୁଆକୁ ସାହା ହେଲା କୁକୁର । ହାଇଦ୍ରାବାଦ ରାଙ୍ଗାରେଡ୍ଡୀ ଜିଲ୍ଲାର ଗଟ୍ଟୁ ଗିରି ନାମକ ଜଣେ ବ୍ୟକ୍ତି 2 ମାସର ଛେଳିଛୁଆକୁ ଖୋଜି ଦେଇଛନ୍ତି ମା’ । ମାର ସ୍ନେହ ପାଇଁ ବିକଳ ହେଉଥିବା ଛେଳିଛୁଆ ବର୍ତ୍ତମାନ ମା’ର ସ୍ନେହ ଫେରିପାଇଛି ।

ଦୁଇ ମାସର ଛେଳିଛୁଆର ମା'କୁ ମାଂସ ଦୋକାନକୁ ବିକ୍ରି କରିଦିଆଯାଇଛି । ଆଉ ତା ପରେ ଏକା ହୋଇଯାଇଥିଲା ଛୁଆଟି । ମାତୃଦେବ ନାମରେ ଏକ ଅନାଥଶ୍ରମ ଚଳାଉଥିବା ଗଟ୍ଟୁ ଛେଳିଛୁଆକୁ ବାହାରେ ବୁଲୁଥିବା ଦେଖିଥିଲେ । ଆଉ ନିଜ ସାଥିରେ ନେଇ ଆସିଥିଲେ । ନିଜ ପୋଷା କୁକୁର ନିକଟରେ ଦୁଇଟି ପିଲା ଜନ୍ମ ଦେଇଥିବାରୁ ଛେଳି ଛୁଆଟିକୁ ମଧ୍ୟ ନିଜ ପିଲା ଭାବି ଆଦର କରିବ ବୋଲି ସେ ଭାବିଥିଲେ । ତାହା ସତ ମଧ୍ୟ ହୋଇଥିଲା । ମା କୁକୁରଟି ଛେଳି ଛୁଆକୁ ନିଜ ପିଲାଙ୍କ ଭଳି ଆଦରି ନେଇଥିଲା ।

ଘଟଣାର ଭିଡିଓ ଜଣେ କେହି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.