ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ସାରା ବିଶ୍ବ ବର୍ତ୍ତମାନ ଗବେଷଣା ଜାରି ରହିଛି । ପ୍ରତ୍ୟେକ ଦିନ ଏହି ଭାଇରସକୁ ନେଇ ନୂଆ ନୂଆ ଖୁଲାସା ହେଉଛି । ଏହା ମଧ୍ୟରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଗତ 2012ରେ ଚୀନର ମୋଜିୟାଙ୍ଗରେ କୋରୋନା ଭାଇରସ ସଦୃଶ ଏକ ଆଉ ଏକ ଭାଇରସ ଚିହ୍ନଟ ହୋଇଥିଲା।
ଦ ସନଡେ ଟାଇମ୍ସ ଅନୁଯାୟୀ, ଏହି ଭାଇରସର ଉପସ୍ଥିତି ଚମଗାଦଡୋ ଭର୍ତ୍ତି ଏକ ଖାଲି ତମ୍ବା ଖଣିରେ ଚିହ୍ନଟ ହୋଇଥିଲା। 2012 ରେ ଚମଗାଦଡୋ ଖଣି ବୁଲି ଦେଖିଥିବା 6 ଜଣ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଯେଉଁ 6 ଜଣ ଲୋକ ଖଣି ବୁଲି ଦେଖିଥିଲେ ସେମାନଙ୍କ ଠାରେ ଜ୍ୱର, ବାରମ୍ବାର କାଶ, ଶରୀରରେ ଯନ୍ତ୍ରଣା ଏବଂ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଉପୁଜିଥିବା ଭଳି ଲକ୍ଷଣ ଦେଖାଦେଇଥିଲା । ତେବେ ଏହି ଲକ୍ଷଣ ବର୍ତ୍ତମାନ କୋରୋନା ଆକ୍ରାନ୍ତ ରୋଗୀଙ୍କ ଠାରେ ପରିଲକ୍ଷିତ ହେଉଛି । ସେହି ସମୟରେ ଏହି ଭାଇରସର ନାମ ଆରଏବିଟିକୋଭ/ 4991ରଖାଯାଇଥିଲା। ବର୍ତ୍ତମାନ ଏହି ଭାଇରସ ସହ କୋରୋନା ଭାଇରସର ଲକ୍ଷଣ ପାଖାପାଖି ସମାନ ରହିଛି ।
ଜନ୍ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ,, ବର୍ତ୍ତମାନ ମାରାତ୍ମକ କୋରୋନା ଭାଇରସ ସହ ସମଗ୍ର ବିଶ୍ବର 188ଟି ଦେଶ ଯୁଦ୍ଧ କରୁଛି । ଏହି ମାରାତ୍ମକ ଭାଇରସ କାରଣରୁ ବିଶ୍ବର 11,799,443 ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 5, 43,588 ଆକ୍ରାନ୍ତର ମୃତ୍ୟୁ ଘଟିଛି ।