ETV Bharat / bharat

ଗୋ-ମୂତ୍ର ଓ ଗୋବର ମିଶ୍ରଣରେ ପ୍ରସ୍ତୁତ ରାକ୍ଷୀ, ଧାରଣ କଲେ ମିଳିବ ଶକ୍ତି - Organic raakhi made in Kutch

ଗୋ-ମୂତ୍ର ଓ ଗୋବରରୁ ତିଆରି ହୋଇଛି ରାକ୍ଷୀ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଏହା ବଜାରକୁ ଆସିବ । ଏହାକୁ ସମସ୍ତେ ଜୈବିକ ରାକ୍ଷୀ ଭାବେ ଜାଣନ୍ତି । ଗୁଜୁରାଟର କଛରେ ଏହି ଜୈବିକ ରାକ୍ଷୀ ପ୍ରସ୍ତୁତ କରାଯାଉଥିବାବେଳେ ବର୍ତ୍ତମାନ ଏହାର ଚାହିଦା ବେଶ ବୃଦ୍ଧି ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗୋ-ମୂତ୍ର ଓ ଗୋବର ମିଶ୍ରଣରେ ପ୍ରସ୍ତୁତ ରାକ୍ଷୀ, ଧାରଣ କଲେ ମିଳିବ ଶକ୍ତି

author img

By

Published : Jul 29, 2020, 7:25 PM IST

ଗାନ୍ଧୀନଗର: ଗୋ-ମୂତ୍ର ଓ ଗୋବରରୁ ତିଆରି ହୋଇଛି ରାକ୍ଷୀ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଏହା ବଜାରକୁ ଆସିବ । ଏହାକୁ ସମସ୍ତେ ଜୈବିକ ରାକ୍ଷୀ ଭାବେ ଜାଣନ୍ତି । ଲୋକଙ୍କ ବିଶ୍ବାସ ଏହି ଜୈବିକ ରାକ୍ଷୀ ଧାରଣ କଲେ ଶରୀରରେ ଶକ୍ତି ପ୍ରଦାନ କରିବାରେ ସହାୟକ ହେବ । ଗୋବର ଓ ଗୋ-ମୂତ୍ର ମାଆ ଲକ୍ଷ୍ମୀଙ୍କ ପ୍ରତୀକ । ତେଣୁ ଏଥିରୁ ନିର୍ମିତ ରାକ୍ଷୀର ଚାହିଦା ବେଶ ବୃଦ୍ଧି ପାଇଛି । ଗୁଜୁରାଟର କଛ ଅଞ୍ଚଳରେ ଏହି ଜୈବିକ ରାକ୍ଷୀ ପ୍ରସ୍ତୁତ କରାଯାଉଥିବାବେଳେ ଏହାର ନାଁ ରଖାଯାଇଛି ''ସଞ୍ଜୀବନି''।

ଗୋ-ମୂତ୍ର ଓ ଗୋବର ମିଶ୍ରଣରେ ପ୍ରସ୍ତୁତ ରାକ୍ଷୀ, ଧାରଣ କଲେ ମିଳିବ ଶକ୍ତି
ଗୋ-ମୂତ୍ର ଓ ଗୋବର ମିଶ୍ରଣରେ ପ୍ରସ୍ତୁତ ରାକ୍ଷୀ, ଧାରଣ କଲେ ମିଳିବ ଶକ୍ତି

ରକ୍ଷାବନ୍ଧନ ଉପଲକ୍ଷେ ମାର୍କେଟର ବିଭିନ୍ନ ପ୍ରକାରର ରାକ୍ଷୀ ମିଳେ । ହେଲେ ଜୈବିକ ରାକ୍ଷୀ ସମସ୍ତଙ୍କଠାରୁ ନିଆରା ଓ ସ୍ବତନ୍ତ୍ର । କଛର କୁକମ ଗାଁରେ ଗାଈ ଗୋବର ଓ ମୂତ୍ରକୁ ମିଶ୍ରିତ କରି ଏହି ସ୍ବତନ୍ତ୍ର ରାକ୍ଷୀକୁ ପ୍ରସ୍ତୁତ କରାଯାଏ । ରାମକୃଷ୍ଣ ପରଂମହନ୍ସ ଟ୍ରଷ୍ଟ ଗତ ତିନିବର୍ଷରୁ ଗାଈ ଗୋବର ଏବଂ ଗୋ-ମୂତ୍ର ବ୍ୟବହାର କରି ଜୈବିକ ରାକ୍ଷୀ ପ୍ରସ୍ତୁତ କରିବା ନେଇ ପରୀକ୍ଷଣ କରିଆସୁଥିଲା । ଏହି ଟ୍ରଷ୍ଟ ବର୍ତ୍ତମାନ ବିଭିନ୍ନ ଆକୃତିର ଜୈବିକ ରାକ୍ଷୀ ତିଆରି କରୁଛି ।

ସେପଟେ ଟ୍ରଷ୍ଟର ମୁଖ୍ୟ ମନୋଜଭାଇ ସୋଲାନକି କହିଛନ୍ତି ଯେ ଗୋବର ଏବଂ ଗୋମୂତ୍ର ସହିତ ଚିକିତ୍ସା କରାଯାଉଥିବା ରାକ୍ଷୀରୁ ଶକ୍ତି ନିର୍ଗତ ହୁଏ । ସେ କହିଛନ୍ତି ଯେ ବିଶ୍ବାସ କରାଯାଏ ଗୋବର ହେଉଛି ଲକ୍ଷ୍ମୀଙ୍କ ପ୍ରତୀକ । ତେଣୁ ଏହାଦ୍ବାରା ରାକ୍ଷୀ ତିଆରି କରୁଥିବା କାରିଗରମାନେ 400ଟି ଗାଈର ଗୋବର ଏବଂ ଗୋମୁତ୍ର ଆଣି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତି । ଏହି ଟ୍ରଷ୍ଟ ପ୍ରଥମ ବର୍ଷରେ 2,000 ରାକ୍ଷୀ, ଦ୍ବିତୀୟ ବର୍ଷରେ 3000 ଏବଂ ଚଳିତ ବର୍ଷ ଲୋକଙ୍କ ଚାହିଦା ବଢିବା ପରେ 5000 ରାକ୍ଷୀ ପ୍ରସ୍ତୁତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.