ETV Bharat / bharat

ଶଶିକଳା ପୁଷ୍ପଙ୍କ ଅପମାନଜନକ ଫଟୋ ହଟାଇବାକୁ ଫେସବୁକ ଓ ଗୁଗୁଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏଆଇଏଡିଏମକେର ନିଲମ୍ବିତ ସାଂସଦ ଶଶିକଳା ପୁଷ୍ପଙ୍କ ଅପମାନଜନକ ଫଟୋ ହଟାଇବାକୁ ଫେସବୁକ, ଗୁଗୁଲ ଏବଂ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

author img

By

Published : Jul 29, 2020, 6:50 PM IST

Sasikala
ଶଶିକଳା ପୁଷ୍ପଙ୍କ ଅପମାନଜନକ ଫଟୋ ହଟାଇବାକୁ ଫେସବୁକ ଗୁଗୁଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଆଇଏଡିଏମକେର ନିଲମ୍ବିତ ସାଂସଦ ଶଶିକଳା ପୁଷ୍ପଙ୍କ ଅପମାନଜନକ ଫଟୋ ହଟାଇବାକୁ ଫେସବୁକ, ଗୁଗୁଲ ଏବଂ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ ସିଦ୍ଧାର୍ଥ ମ୍ରୃଦୁଲ ଏବଂ ଜଷ୍ଟିସ ତଲବନ୍ତ ସିଂଙ୍କ ଖଣ୍ଡପୀଠ ସିଙ୍ଗଲ ବେଞ୍ଚର ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ଜୁନ 2ରେ ଜଷ୍ଟିସ ରାଜୀବ ସହାୟ ଏଣ୍ଡଲାଙ୍କ ସିଙ୍ଗଲ ବେଞ୍ଚ ଶଶିକଳାଙ୍କ ଆବେଦନକୁ ଖାରଜ କରିଥିଲେ। ସିଙ୍ଗଲ ବେଞ୍ଚ ଶଶିକଳାଙ୍କୁ ଫେସବୁକ ଏବଂ ଗୁଗୁଲକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶଶିକଳା ସିଙ୍ଗଲ ବେଞ୍ଚର ନିଷ୍ପତ୍ତି ବିରୋଧରେ ଡିଭିଜନ୍ ବେଞ୍ଚରେ ଏକ ପିଟିସନ୍ ଦାଖଲ କରିଥିଲେ। ଏଥିସହ ବିନା ପ୍ରମାଣରେ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିବା ଅଭିଯୋଗରେ ଶଶିକଳା ହାଇକୋର୍ଟରେ ଏକ ପିଟିସନ ଦାଖଲ କରି କହିଛନ୍ତି ଯେ, ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ବିନା ପ୍ରମାଣରେ ଅପମାନଜନକ ଫଟୋ ଅପଲୋଡଜ କରାଯାଇଛି ।

ଶଶିକଳାଙ୍କ ଓକିଲ କହିଛନ୍ତି ଯେ, ଯେତେବେଳେ ଶଶିକଳା ଦଳର ସାଂସଦ ପଦରୁ ଇସ୍ତଫା ଦେଲେନାହିଁ କିଛି ଲୋକ ତାଙ୍କୁ ଧମକ ଦେଇଥିଲେ ଯେ ତାଙ୍କର ଏପରି କିଛି ଫଟୋ ସବୁ ଜାଗାରେ ଭାଇରାଲ କରିବେ । ଯାହାଦ୍ବାରା ସେ ବଦନାମ ହେବେ । ଯାହାକୁ ନେଇ ବୁଧବାର ଦିଲ୍ଲୀ ହାଇକୋର୍ଟ ଶଶିକଳା ପୁଷ୍ପଙ୍କ ଅପମାନଜନକ ଫଟୋ ହଟାଇବାକୁ ଫେସବୁକ, ଗୁଗୁଲ ଏବଂ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉକି, ଗତ 2016ରେ ଏଆଇଏଡିଏମକେ ଶଶିକଳା ପୁଷ୍ପଙ୍କୁ ନିଲମ୍ବିତ କରିଥିଲା। ସେ ତାଙ୍କ ଆବେଦନରେ କହିଛନ୍ତି ଯେ, ଏହି ମାମଲା ସେତେବେଳେ ଉଠିଥିଲା ଯେତେବେଳେ ସେ ସଂସଦକୁ କହିଥିଲେ ଯେ ତାଙ୍କୁ ଏଆଇଏଡିଏମକେର ଜଣେ ନେତା ଚାପୁଡ଼ା ମାରିବା ସହ ହତ୍ୟା ଧମକ ଦେଇଥିଲେ । ଏହାପରେ ତାଙ୍କ ବିରୋଧରେ ମିଥ୍ୟା ମାମଲା ମଧ୍ୟ ଦାଖଲ କରାଯାଇଥିଲା। ସେହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଥିଲେ ଏବଂ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.