ନୂଆଦିଲ୍ଲୀ: ଅନେକ ସମୟରେ ପଶୁ ପାଖରେ ମଣିଷ ପଣିଆ ଦେଖାଯିବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳିଥାଏ । ମଣିଷର ଜୀବନ ବଞ୍ଚାଇବାକୁ ଜଣେ ମଣିଷ ବଦଳରେ ବହୁତ ସମୟରେ ପଶୁପକ୍ଷୀ ଆଗେଇ ଆସିଥାନ୍ତି ।
ବର୍ତ୍ତମାନ ସେହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପାଣିରେ ଫସିଥିବା ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇବାକୁ ଏକ ଓରାଙ୍ଗଓଟାନ ନିଜ ଜୀବନକୁ ଅସୁବିଧାରେ ପକାଇ ଆଗେଇ ଆସିଛି। ବ୍ୟକ୍ତି ଜଣକ ଫସିଥିବା ସ୍ଥାନରେ ସାପ ଓ ବିଭିନ୍ନ ବିଷାକ୍ତ ସରୀସୃପ ରହିଥିଲେ। ସୋସିଆଲ ମିଡିଆରେ ଭାଇରାଲ ଏହି ଫଟୋ ସମସ୍ତଙ୍କ ହୃଦୟ ଜିତିଯାଇଛି । ଏହି ଫଟୋଟିକୁ ଜଙ୍ଗଲକୁ ନିଜ ବନ୍ଧୁମାନଙ୍କ ସହ ସଫାରୀ କରିବାକୁ ଯାଇଥିବା ଅନୀଲ ପ୍ରଭାକରଙ୍କ ଦ୍ବାରା ଉତ୍ତୋଳନ କରାଯାଇଥିଲା।
ବ୍ୟକ୍ତି ଜଣଙ୍କ କହିବା ଅନୁସାରେ, ଓରାଙ୍ଗଓଟାନ ପାଣିରେ ଫସିଥିବା ବ୍ୟକ୍ତି ଜଣଙ୍କୁ ସାହାଯ୍ୟ ପାଇଁ ହାତ ବଢେଇଥିଲେ। ସେହି ସମୟରେ ସେ ଫଟୋଟିକୁ କ୍ୟାମେରାରେ କ୍ୟାପଚର କରିବା ସହ ଭାବବିହ୍ବଳ ହୋଇପଡିଥିଲେ । ତେବେ ଇଣ୍ଡୋନେସିଆରେ ଥିବା ଏହି ଓରାଙ୍ଗଓଟାନ ଏନଜିଓ 1991 ମସିହାରେ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ସମୟରେ ଏଠାରେ 400 ଲୋକ 650 ଓରାଙ୍ଗଓଟାନଙ୍କ ଦେଖାଶୁଣା କରିବାକୁ ନିୟୋଜିତ ଅଛନ୍ତି ।