ETV Bharat / bharat

ରାଜ୍ୟସଭା ପରେ ଲୋକସଭା ବହିଷ୍କାର କଲେ ବିରୋଧୀ

author img

By

Published : Sep 22, 2020, 5:50 PM IST

ରାଜ୍ୟସଭା ପରେ ଲୋକସଭାକୁ ବହିଷ୍କାର କରିଛନ୍ତି ବିରୋଧୀ । ବିରୋଧୀ ଦଳର 8 ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାରନହେବା ପର୍ଯ୍ୟନ୍ତ ସଂସଦର ଗୃହକାର୍ଯ୍ୟ ବହିଷ୍କାର କରିବା ନେଇ ନିଷ୍ପତ୍ତି ନେଇଛନ୍ତି ନାରାଜ ସାଂସଦ । ଅଧିକ ପଢନ୍ତୁ...

ରାଜ୍ୟସଭା ପରେ ଲୋକସଭା ବହିଷ୍କାର କଲେ ବିରୋଧୀ
ରାଜ୍ୟସଭା ପରେ ଲୋକସଭା ବହିଷ୍କାର କଲେ ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଲୋକସଭାକୁ ବହିଷ୍କାର କରିଛନ୍ତି ବିରୋଧୀ । କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ କହିଛନ୍ତି, 'କଂଗ୍ରେସ ଏବଂ ସମସ୍ତ ବିରୋଧୀ ଦଳ ଚାଷୀଙ୍କ ପ୍ରସଙ୍ଗରେ ଲୋକସଭାର ଗୃହକାର୍ଯ୍ୟକୁ ବହିଷ୍କାର କରିଛନ୍ତି ।

ସଂସଦର ବହିଷ୍କାର ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ସାଂସଦଙ୍କ ସହ ଏକ ବୈଠକ କରିଥିଲେ । ଏହି ବୈଠକରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଏନସିପି ନେତା ସୁପ୍ରିୟା ସୁଲେ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଏହାପୂର୍ବରୁ ଲୋକସଭାରେ ଚାଷୀଙ୍କ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ତଥା ଅନ୍ୟ କେତେକ ବିରୋଧୀ ଦଳଗୁଡିକ ଆନ୍ଦୋଳନ ହେତୁ ଗୃହ କାର୍ଯ୍ୟ ପ୍ରାୟ ପ୍ରାୟ ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା ।

ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ରବି ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି ନେଇ ସରକାରଙ୍କ ଘୋଷଣା ସମ୍ପର୍କରେ କହିଛନ୍ତି ଯେ ଏହା ଏକ ନାମକୁମାତ୍ର ବୃଦ୍ଧି । ସେ କହିଛନ୍ତି ଯେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଏମଏସପି ଏବଂ କ୍ରୟ ପ୍ରସଙ୍ଗରେ କୃଷକମାନେ ଆନ୍ଦୋଳନ କରୁଛନ୍ତି । ସଂସଦରେ ପାରିତ ହୋଇଥିବା ଦୁଇଟି କୃଷି ବିଲ୍ ବିଷୟରେ ଚୌଧୁରୀ କହିଛନ୍ତି, କଂଗ୍ରେସର ଦାବି ହେଉଛି ଏମଏସପି ବିଲରେ ଅନ୍ତର୍ଭୁକ୍ତ କରାଯାଉ ।

ରାଜ୍ୟସଭାରେ କଂଗ୍ରେସ ନେତୃତ୍ବରେ ଅନେକ ବିରୋଧୀ ଦଳ ଗୃହରୁ ବାହାରିଯାଇଥିଲେ । ବିରୋଧୀ ଦଳର 8 ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସଂସଦର ଗୃହକାର୍ଯ୍ୟ ବହିଷ୍କାର କରିବା ନେଇ ନିଷ୍ପତ୍ତି ନେଇଛନ୍ତି ବିରୋଧୀ । ଏଥି ସହିତ ସରକାର କହିଛନ୍ତି ଯେ ନିଲମ୍ବିତ ସଦସ୍ୟମାନେ ପ୍ରଥମେ ଅଶ୍ଳୀଳ ଆଚରଣ ପାଇଁ କ୍ଷମା ମାଗନ୍ତୁ ।

କଂଗ୍ରେସ ପ୍ରଥମେ ଗୃହକାର୍ଯ୍ୟ ବହିଷ୍କାର କରିଥିଲା । ଏହା ପରେ ସିପିଆଇଏମ, ସିପିଆଇ, ତୃଣମୂଲ କଂଗ୍ରେସ, ଏନସିପି, ଏସପି, ଶିବସେନା, ଆରଜେଡି, ଡିଏମକେ, ଆପ୍ ର ସଦସ୍ୟମାନେ ମଧ୍ୟ ଗୃହରୁ ବାହାରକୁ ଚାଲିଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.