ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ, କକ୍ଷତ୍ୟାଗ କଲେ ବିରୋଧୀ ସାଂସଦ - ବଜେଟ୍ ଅଧିବେଶନ
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ସୋମବାର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାବେଳେ କକ୍ଷତ୍ୟାଗ କରିଛନ୍ତି ବିରୋଧୀ ସାଂସଦ । ଅଧିକ ପଢନ୍ତୁ...
ନୂଆଦିଲ୍ଲୀ: ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ସୋମବାର ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି । ପ୍ରସ୍ତାବ ଉପରେ ଲୋକସଭାରେ ବିଜେପି ସାଂସଦ ପରବେଶ ସିଂହ ବର୍ମା ଆଲୋଚନା ଆରମ୍ଭ କରିଛନ୍ତି । ସେପଟେ ପରବେଶ ଅଭିଭାଷଣ ଦେଉଥିବା ସମୟରେ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି ବିରୋଧୀ ସାଂସଦ ।
ସେପଟେ ନାଗରିକତା ସଂଶୋଧନ ଆଇନ୍ ଏବଂ ଜାତୀୟ ନାଗରିକତା ପଞ୍ଜୀକରଣକୁ ନେଇ ବିରୋଧୀ ରାଜ୍ୟସଭାରେ ହଟ୍ଟଗୋଳ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଆଜି ତୃତୀୟ ଥର ପାଇଁ ଗୃହ ମୁଲତବୀ କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ସେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଗୁହ ମୁଲତବୀ ରଖିବାକୁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ଶାହିନବାଗ ପ୍ରଦର୍ଶନ ସମ୍ପର୍କରେ ବିବାଦୀୟ ଭାଷଣ ଦେଇଥିଲେ ପଶ୍ଚିମ ନୂଆଦିଲ୍ଲୀ ସାଂସଦ ପରବେଶ ବର୍ମା। ସେ ଶାହିନବାଗକୁ କାଶ୍ମୀର ସହ ତୁଳନା କରିଥିଲେ। ସେମାନେ ଦିନେ କାଶ୍ମୀର ଭଳି ଆପଣଙ୍କ ଘରେ ପଶିବେ। ଆପଣଙ୍କ ଝିଅ ବୋହୂଙ୍କୁ ଦୁଷ୍କର୍ମ କରି ମାରିଦେବେ ବୋଲି ସେ କହିଥିଲେ । ତେଣୁ ତାଙ୍କ ଅଭିଭାଷଣକୁ ବିରୋଧ କରି ବିରୋଧୀ ସାଂସଦ ଏଭଳି କରିଥିବା ଆଲୋଚନା ହେଉଛି ।
Body:जानकारी के अनुसार दो पहिया वाहन सवार दो लोगों के द्वारा फायरिंग की घटना को अंजाम दिया गया है उनमें से एक रेड जैकेट पहना हुआ हैं हालांकि इस घटना में किसी की भी घायल होने की सूचना नहीं है आपको बता दें जामिया में पिछले डेढ़ महीने से लगातार सीएए और एनआरसी के खिलाफ विरोध प्रदर्शन चल रहा है इसी प्रदर्शन के दौरान ही 2 दिन पहले भी जामिया के छात्रों के प्रदर्शन के दौरान फायरिंग हुई थी जिसमें एक छात्र को गोली लगी थी जिसके कारण वह घायल हो गया था जिसका इलाज अस्पताल में चल रहा है और आज एक बार फिर फायरिंग की घटना सामने आई है ।
Conclusion:सीएए और एनआरसी के खिलाफ लगातार जामिया और शाहीन बाग में प्रदर्शन चल रहा है ।