ETV Bharat / bharat

ଦିଦିଙ୍କ ଡାଇନିଂ ହଲ ନିଷ୍ପତ୍ତିକୁ ବିରୋଧ

ମମତାଙ୍କ ଡାଇନିଂ ହଲ ନିଷ୍ପତ୍ତିକୁ ବିରୋଧୀଙ୍କ ବିରୋଧ । ରାଜ୍ୟରେ ଟିଏମସି ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ ଆଣିଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Jun 29, 2019, 12:35 PM IST

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ଡାଇନିଂ ହଲ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ବିରୋଧୀ ଦଳ । କେବଳ ମୁସଲିମ ଛାତ୍ରଛାତ୍ରୀଙ୍କ ଲାଗି ଏହି ନିଷ୍ପତ୍ତି ରାଜ୍ୟରେ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବ ବୋଲି ବିଜେପି କହିଛି । ତେବେ ଏହାକୁ ଖଣ୍ଡନ କରି ନିଷ୍ପତ୍ତି ସମସ୍ତଙ୍କ ଲାଗି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ଶୁକ୍ରବାର ଏକ ନିର୍ଦ୍ଦେଶାନାମାରେ ପଶ୍ଚିମବଙ୍ଗ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଏହା ଅନୁସାରେ ଯେଉଁ ସରକାରୀ ବିଦ୍ୟାଳୟରେ ୭୦ ପ୍ରତିଶତରୁ ଅଧିକ ସଂଖ୍ୟାଲଘୁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବେ ସେଠାରେ ମଧ୍ୟାହ୍ନ ଭୋଜନ ଲାଗି ଡାଇନିଂ ହଲ ନିର୍ମାଣ କରାଯିବ । ତେବେ ଏହା ପ୍ରକାଶ ପାଇବା ପରେ ଏହାକୁ ବିଜେପି ଓ ଅନ୍ୟ ବିରୋଧୀ ଦଳ ବିରୋଧ କରିଛନ୍ତି । ଏଭଳି କାର୍ଯ୍ୟ ଦ୍ବାରା ଟିଏମସି ରାଜ୍ୟରେ ସାମ୍ପ୍ରଦାୟିକ ବିଭେଦ ଦୃଷ୍ଟି କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ତେବେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ମମତା । ସେ ଏହି ବିଷୟରେ ଜାଣିନାହାଁନ୍ତି ଏବଂ ଏହା ଏକ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି । ଏହି ଘୋଷଣାନାମାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ଦ୍ବିତୀୟ ଥର ସଂଶୋଧନ କରି ନୂଆ ଘୋଷଣା କରାଯାଇଛି । ଏଥିରେ ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦିଷ୍ଟ କୌଣସି ସମ୍ପ୍ରଦାୟକୁ ଏଥିରେ ସୁବିଧା ମିଳିବନି ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ନି‌ର୍ଦ୍ଦେଶାବଳୀ ଅନୁଯାୟୀ ଏହି ନିର୍ମାଣ ହେଉଛି ବୋଲି ସେ କହିଛନ୍ତି ।

ସେହିପରି ବରିଷ୍ଠ ରାଜ୍ୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଗୟାସଉଦ୍ଦିନ ମୋଲ୍ଲା ମଧ୍ୟ ବିରୋଧୀଙ୍କ ଅଭିଯୋଗକୁ ଅସ୍ବୀକାର କରି ଏହା ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନୂଆ ଯୋଜନାରେ ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେ‌ବେ । ଏହା କୌଣସି ବ୍ୟକ୍ତିବିଶେଷ ବା ସମ୍ପ୍ରଦାୟକୁ ଲକ୍ଷ୍ୟ ରଖି ନିର୍ମାଣ ହେଉନି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.