ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗାନ୍ଧୀ ମୂର୍ତ୍ତୀ ନିକଟରେ ପ୍ରଦର୍ଶନ କରିଛନ୍ତି ବିରୋଧି । ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ବିରୋଧରେ ଏହି ପ୍ରଦର୍ଶନ କରାଯାଉଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧି ଦଳର ଅନେକ ନେତା 'ସମ୍ବିଧାନ ବଞ୍ଚାଅ' ଏବଂ 'ଭାରତ ବଞ୍ଚାଅ' ପୋଷ୍ଟର ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।
କଂଗ୍ରେସ ପ୍ରଥମରୁ ସିଏଏ ଓ ଏନଆରସିକୁ ଜୋରଦାର ବିରୋଧ କରି ଆସୁଛି । କେନ୍ଦ୍ରର ମୋଦି ସରକାର ଦେଶର ଅର୍ଥନୀତି କ୍ଷେତ୍ରରେ ଦେଖାଦେଇଥିବା ବିଫଳତାକୁ ଏହା ମାଧ୍ୟମରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରୁଛି ।