ଜମ୍ମୁ: ଘାଟିରେ ଜାରି ରହିବ ଆତଙ୍କୀ-ନିରୋଧୀ ଅପରେସନ । ଆତଙ୍କବାଦୀଙ୍କ ବିରୋଧରେ ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀ ମିଶି କରୁଥିବା ଅପରେସନ ଜାରି ରହିବ ବୋଲି କହିଛନ୍ତି ଡିଜିପି ଦିଲବାଗ୍ ସିଂହ । ଏହା ସହ ଆତଙ୍କବାଦୀଙ୍କ ଦମନ ପାଇଁ ସୁରକ୍ଷାକର୍ମୀ ଓ ରାଜ୍ୟ ପୋଲିସର ମିଳିତ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ।
ଏଥିସହ ଯୁବକ ମାନେ ଆତଙ୍କବାଦୀ ସଂଗଠନରେ ଯୋଗଦେଉଥିବାରୁ ସେମାନଙ୍କୁ ଯୋଗ ନଦେବାକୁ କହିଛନ୍ତି ଡିଜିପି । ତେବେ କୁଖ୍ୟାତ ଆତଙ୍କବାଦୀ ଜାକିର ମୂଷାକୁ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଭାବେ ନିହତ କରିଥିବାରୁ ଏହା ଏକ ସଫଳ ଅପରେସନ ବୋଲି ସେ କହିଛନ୍ତି ।
ତେବେ ପାଖାପାଖି 20ରୁ ଅଧିକ ଯୁବକ ଆତଙ୍କୀ ସଂଗଠନରେ ଯୋଗଦେବାକୁ ଚାହୁଁଥିବା ଜାଣି ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ସେ କହିଛନ୍ତି ।