ETV Bharat / bharat

ଜୁନ୍ 1ରୁ ସେନା କ୍ୟାଣ୍ଟିନରେ କେବଳ ସ୍ବଦେଶୀ ସାମଗ୍ରୀ ବିକ୍ରି: ଅମିତ ଶାହା - ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ

ଜୁନ୍ ପହିଲାରୁ କେବଳ ସ୍ବଦେଶୀ ଉତ୍ପାଦିତ ସାମଗ୍ରୀ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (CAPF) କ୍ୟାଣ୍ଟିନରେ ବିକ୍ରି ହେବ | ଗୃହ ମନ୍ତ୍ରଣାଳୟ କହିଛି ଯେ, ଏହା ଫଳରେ 10 ଲକ୍ଷ CAPF ସୈନିକଙ୍କ ପରିବାରର 50 ଲକ୍ଷ ସଦସ୍ୟ ସ୍ବଦେଶୀ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରିବେ। ସିଏପିଏଫ ଅଧୀନରେ ଦେଶର ସିଆରପିଏଫ, ସିଆଇଏସଏଫ, ବିଏସଫ, ଆ଼ଇଟିବିପି ଓ ଏସଏସବି ଅର୍ଦ୍ଧସୈନିକ ବଳ ସାମିଲ ରହିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 13, 2020, 6:42 PM IST

ନୂଆଦିଲ୍ଲୀ: ଏଣିକି ସେନା କ୍ୟାଣ୍ଟିନରେ ସ୍ବଦେଶୀ ସାମଗ୍ରୀର ବିକ୍ରି କରାଯିବ । ଜୁନ୍ ପହିଲାରୁ କେବଳ ସ୍ବଦେଶୀ ଉତ୍ପାଦିତ ସାମଗ୍ରୀ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (CAPF) କ୍ୟାଣ୍ଟିନରେ ବିକ୍ରି ହେବ । ଗୃହ ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଜାରି କରିଛି । ଗୃହ ମନ୍ତ୍ରଣାଳୟ କହିଛି ଯେ, ଏହା ଫଳରେ 10 ଲକ୍ଷ CAPF ସୈନିକଙ୍କ ପରିବାରର 50 ଲକ୍ଷ ସଦସ୍ୟ ସ୍ବଦେଶୀ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରିବେ। ସିଏପିଏଫ ଅଧୀନରେ ଦେଶର ସିଆରପିଏଫ, ସିଆଇଏସଏଫ, ବିଏସଫ, ଆ଼ଇଟିବିପି ଓ ଏସଏସବି ଅର୍ଦ୍ଧସାମରିକ ବଳ ସାମିଲ ରହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ 12 ତାରିଖରେ ଦେଶକୁ କରିଥିବା ସମ୍ବୋଧନରେ ସ୍ଥାନୀୟ ଉତ୍ପାଦକୁ ଉତ୍ସାହିତ କରିବା ଏବଂ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିବେଦନ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଏହି ଦିଗରେ ଏହି ପଦକ୍ଷେପ ନେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଭାରତୀୟଙ୍କୁ ଲୋକାଲ ପାଇଁ ସ୍ବର ଉତ୍ତୋଳନ କରିବାକୁ ପଡିବ । କେବଳ ସ୍ଥାନୀୟ ଜିନିଷ କିଣିବା ପାଇଁ ନୁହେଁ ବରଂ ଗର୍ବର ସହିତ ଏହାକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ପଡ଼ିବ | ସେ କହିଥିଲେ, ଗ୍ଲୋବାଲ ବ୍ରାଣ୍ଡ ମଧ୍ୟ ଲୋକାଲ ଥିଲା । କିନ୍ତୁ ଯେତେବେଳେ ଲୋକମାନେ ସେଗୁଡିକୁ ବ୍ୟବହାର କରିବା ଆରମ୍ଭ କଲେ,ପ୍ରୋତ୍ସାହିତ କରିବା ପାଇଁ ବ୍ରାଣ୍ଡିଂ କରିଲେ । ପରେ ଲୋକାଲ ମଧ୍ୟ ଗ୍ଲୋବାଲରେ ପରିଣତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.