ETV Bharat / bharat

ପୁଣି ଗେହଲଟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଗୁଲାବଚନ୍ଦ - ଗୁଲାବଚନ୍ଦ କଟାରିଆ

ରାଜ୍ୟର ସାଧାରଣ ଜନତା ମହାମାରୀରେ ଛଟପଟ ହେଉଥିବା ବେଳେ କଂଗ୍ରେସ ସରକାର ହୋଟେଲରେ ମଜା କରୁଥିବା ଅଭିଯୋଗ କରିଛନ୍ତି ସେ ।

ବିରୋଧୀ ଦଳ ନେତା ଗୁଲାବଚନ୍ଦ
ବିରୋଧୀ ଦଳ ନେତା ଗୁଲାବଚନ୍ଦ
author img

By

Published : Aug 3, 2020, 8:11 PM IST

ଜୟପୁର: ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ ପୁଣି ଥରେ ରାଜ୍ୟ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟର ସାଧାରଣ ଜନତା ମହାମାରୀରେ ଛଟପଟ ହେଉଥିବା ବେଳେ କଂଗ୍ରେସ ସରକାର ହୋଟେଲରେ ମଜା କରୁଥିବା ଅଭିଯୋଗ କରିଛନ୍ତି ସେ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ନେତାଙ୍କୁ ଏବେ ରାଜନୀତି ଛାଡି ବାହାରକୁ ଆସିବା ଉଚିତ ବୋଲି ସେ କହିଛନ୍ତି ।

ବିରୋଧୀ ଦଳ ନେତା ଗୁଲାବଚନ୍ଦ

ଏନେଇ କଟାରିଆ କହିଛନ୍ତି, ରାଜ୍ୟରେ କୋରୋନା ଭାଇରସ ଅନିୟନ୍ତ୍ରିତ ହେଲାଣି । ଏଦିଗରେ ଦୃଷ୍ଟି ଦେବା ବଦଳରେ କଂଗ୍ରେସ ନେତାମାନେ ସେମାନଙ୍କର ଗାଦି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ରାଜସ୍ଥାନର କଂଗ୍ରେସ ସରକାର 3 ସପ୍ତାହରୁ ଅଧିକ ସମୟ ହେଲାଣି ହୋଟେଲରେ ବନ୍ଦ ଅଛନ୍ତି ବୋଲି କଟାରିଆ କହିଛନ୍ତି । ସୋମବାର ଉଦୟପୁରରେ ଭାଷଣ ଦେଇ ଏଭଳି କହିଛନ୍ତି କଟାରିଆ । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ରାଜନୈତିକ ଲଢେଇର ପରିଣାଣ ରାଜ୍ୟବାସୀଙ୍କୁ ଭୋଗିବାକୁ ପଡୁଛି ବୋଲି କାଟରିଆ କହିଛନ୍ତି ।

ତେବେ ରାଜସ୍ଥାନର ରାଜନୈତିକ ଅସ୍ଥିରତାରେ ବିଜେପିର କୌଣସି ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି କଟାରିଆ । ଏନେଇ କଟାରିଆ କହିଛନ୍ତି, ଯଦି ଏହି ଘଟଣାକ୍ରମରେ ଆମ ନେତାଙ୍କର କୌଣସି ଭୂମିକା ଥାଏ ତେବେ ଆମେ ଆମର ବିଧାୟକଙ୍କୁ ମଧ୍ୟ ଗିରଫ କରିବୁ। ଏହା କଂଗ୍ରେସର ଆଭ୍ୟନ୍ତରୀଣ ଯୁଦ୍ଧ ବୋଲି କଟାରିଆ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.