ETV Bharat / bharat

କୋରୋନା ପ୍ରଭାବ, ବନ୍ଦ ହେଲା ଷ୍ଟାଚ୍ୟୁ ଅଫ ୟୁନିଟିର ଅନଲାଇନ ଟିକେଟ୍ ବୁକିଂ - କୋବିଦ-୧୯ ଲାଟେଷ୍ଟ ନ୍ୟୁଜ

କୋରୋନା ନେଇ ସତର୍କତା ଅବଲମ୍ବନ କରିଛନ୍ତି ଗୁଜୁରାଟ ସରକାର । ଏହାକୁ ନେଇ ବିଶ୍ବର ସର୍ବବୃହତ ପ୍ରତିମୂର୍ତ୍ତୀ ଗୁଜୁରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଅନଲାଇନ ଟିକେଟ ବୁକିଂ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ....

online-ticket-booking-closed-for-coronavirus-in-statue-of-unity
କୋରୋନା ସତର୍କତା ଷ୍ଟାଚ୍ୟୁ ଅଫ ୟୁନିଟିର ଅନଲାଇନ ବୁକିଂ ବନ୍ଦ
author img

By

Published : Mar 17, 2020, 9:18 PM IST

ଗାନ୍ଧୀନଗର: କୋରୋନା ନେଇ ସତର୍କତା ଅବଲମ୍ବନ କରିଛନ୍ତି ଗୁଜୁରାଟ ସରକାର । ବିଶ୍ବର ସର୍ବବୃହତ ପ୍ରତିମୂର୍ତ୍ତୀ ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟିକୁ ଏହାର ଅନଲାଇନ ଟିକେଟ୍‌ ବନ୍ଦ କରାଯାଇଛି । ଦେଶର ସମସ୍ତ ପର୍ଯ୍ୟଟନ ସ୍ଥଳ ଗୁଡିକରେ ମହାମାରୀ କୋରୋନାକୁ ନେଇ ବେଶ ସତର୍କତା ଅବଲମ୍ବନ କରାଯାଉଛି ।

ଗୁଜୁରାଟର ଭଦଦୋରାର ନର୍ମଦା ନଦୀ କୂଳରେ 182 ମିଟର ଉଚ୍ଚ ବିଶିଷ୍ଟ ଲୌହମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ପର୍ଯ୍ୟଟକଙ୍କୁ ପାଇଁ ବନ୍ଦ କରାଯାଇଛି । ବିଶ୍ବର କୋଣ ଅନୁକୋଣରୁ ପ୍ରତିଦିନ ଏହି ପର୍ଯ୍ୟଟନ ସ୍ଥଳରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । କୋରୋନାର ସଂକ୍ରମଣ ଆଶଙ୍କା ଯୋଗୁଁ ଲୋକଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ପ୍ରବେଶ ପାଇଁ ନିଷେଧ କରାଯାଇଛି । ଷ୍ଟାଚ୍ୟୁ ଦେଖିବାପାଇଁ ଗ୍ୟାଲେରୀରେ ଲୋକଙ୍କୁ ଭିଡ ଜମୁଥିବା ଯୋଗୁଁ ବନ୍ଦ କରାଯାଇଛି ।

ମହାମାରୀ କୋରୋନାକୁ ନେଇ ସାରା ବିଶ୍ବରେ ଭୟାବହତା ଦେଖାଦେଇଥିଲାବେଳେ ଭାରତରେ ମଧ୍ୟ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଆବଶ୍ୟକୀୟ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତରେ ମୋଟ 126 ଜଣ କୋରୋନା ପଜିଟିଭ ଭାବରେ ଟିହ୍ନଟ କରାଯାଇଛି । ଭାରତରେ ମହାମାରୀ କୋରୋନା ଦ୍ବାର ଏ ପର୍ଯ୍ୟନ୍ତ 3 ଜଣ ପ୍ରାଣ ହରାଇଛନ୍ତି । ସାରା ବିଶ୍ବରେ ମହାମାରୀ କୋରୋନା ଯୋଗୁଁ 6000ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.