ETV Bharat / bharat

ଲକଡାଉନ ପ୍ରଭାବ: ଅଚଳ ଅନଲାଇନ କାରବାର - କୋରୋନା ଭାଇରସ ରିପୋର୍ଟ

ଲକଡାଉନ ଯୋଗୁଁ ପ୍ରାୟ ସମସ୍ତ ଅନଲାଇନ ସପିଂ ସାଇଟ ନିଜ ୱେବସାଇଟ ବନ୍ଦ କରିଦେଇଛନ୍ତି । ଫଳରେ ଏମାନେ ବହୁତ କ୍ଷତି ସହିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ ପ୍ରଭାବ: ଅଚଳ ଅନଲାଇନ କାରବାର
ଲକଡାଉନ ପ୍ରଭାବ: ଅଚଳ ଅନଲାଇନ କାରବାର
author img

By

Published : Apr 10, 2020, 12:35 AM IST

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ସାରା ଦେଶରେ 21 ଦିନିଆ ଲକଡାଉନ ଘୋଷଣା ହୋଇଛି । ଦେଶବ୍ୟାପୀ ଲୋକଙ୍କୁ ଘରୁ ନ ବାହାରିବାକୁ ସରକାର ଅନୁରୋଧ କରିଛନ୍ତି । ତେବେ ଲକଡାଉନକୁ ନେଇ ଲୋକଙ୍କ ମନରେ ଆତଙ୍କ କମିବାର ନାମ ନେଉନି । ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବା ନେଇ ଆଶ୍ବାସନା ସତ୍ତ୍ବେ ସମସ୍ତ ଦୋକାନ ଓ ପରିବା ମାର୍କେଟରେ ଲାଗିଛି ପ୍ରବଳ ଭିଡ । ସେହିପରି ଅନଲାଇନ କାରବାର ଉପରେ ମଧ୍ୟ ପଡିଛି ଏହି ଲକଡାଉନର ପ୍ରଭାବ ।

ଲକଡାଉନ ଯୋଗୁଁ ପ୍ରାୟ ସମସ୍ତ ଅନଲାଇନ ସପିଂ ସାଇଟ ନିଜ ୱେବସାଇଟ ବନ୍ଦ କରିଦେଇଛନ୍ତି । ଫଳରେ ଏମାନେ ବହୁତ କ୍ଷତି ସହିଛନ୍ତି । ଅନେକ ସାଇଟରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି । ବିଶ୍ବ ସାରା ଆମାଜନ, ଫ୍ଲିପକାର୍ଟ ଭଳି ସାଇଟ ଏବଂ ଦେଶରେ ବିଗ ବାସ୍କେଟ ଭଳି ଅନଲାଇନ ଗ୍ରୋସୋରୀ କମ୍ପାନୀ ବିପୁଳ କ୍ଷତିର ସାମ୍ନା କରିଛନ୍ତି । ସଂକ୍ରମଣ ଭୟରୁ କର୍ମଚାରୀଙ୍କୁ ଛୁଟି ଦେବା ସହ କମ ସଂଖ୍ୟା ଥିବାରୁ ଡେଲିଭେରି ସମ୍ଭବ ହେଉନାହିଁ । ଯେଉଁ କେତେକ ସାଇଟ ଡେଲିଭେରି ଦେଉଛନ୍ତି ସେମାନେ ଅନେକ ଦିନ ନେଉଛନ୍ତି । ଏପରିକି ଜୋମାଟୋ ଓ ସ୍ବିଗି ଭଳି ଫୁଡ ଡେଲିଭରୀ କମ୍ପାନୀ ପ୍ରତିଷେଧକ ବ୍ୟବସ୍ଥା ଆପଣାଇଲେ ମଧ୍ୟ ଲୋକେ ଅଧିକ ଅର୍ଡର କରୁନାହାନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା କେତେକ ସାଇଟ ୱେବସାଇଟରେ ଆଉଟ ଅଫ ଅର୍ଡର ଲେଖିଦେଇଛନ୍ତି । କେତେକ ନିଜ ଗ୍ରାହକଙ୍କୁ ଏହି ସୂଚନା ଇମେଲରେ ଦେଇଥିଲେ । ଆଉ କିଛି ସାଇଟ ନିଜ ହୋମ ପେଜରେ ଲେଖିଛନ୍ତି, ‘ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ।’ ଏହି ସମସ୍ତ କମ୍ପାନୀର ସ୍ଥାୟୀ ଓ ଡେଲିଭରୀ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା କିଛି କମ୍ପାନୀର ମାଲିକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ତେବେ ଏପରି ନିଷ୍ପତ୍ତିରେ ଅନେକ ଲୋକେ ନିରାଶ ହୋଇଛନ୍ତି । କାରଣ ଲକଡାଉନ ଘୋଷଣା ପରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କିଛି ଲୋକେ ଅନଲାଇନ ସାଇଟ ଉପରେ ଆଶା ରଖିଥିଲେ । ବାହାରକୁ ଯିବାରେ କଟକଣା ଥିବାରୁ ସେମାନେ ଅନଲାଇନ ଅର୍ଡର ମଧ୍ୟ କରିଦେଇଥିଲେ । ହେଲେ ଏହା ବନ୍ଦ ହେବା ପରେ ସେମାନେ ଏବେ ସ୍ଥାନୀୟ ମାର୍କେଟରେ ଭିଡ ଜମାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.